ଆଜାଦିକା ଅମୃତ ମହୋତ୍ସବ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ରଥଯାତ୍ରା ଅବସରରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଆଜାଦି କା ଅମୃତ୍ ମହୋତ୍ସବ ଆନୁକୁଲ୍ୟରେ ଚିତ୍ରକଳା କର୍ମଶାଳା ରେ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଛାତ୍ରଛତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ 5ଜଣ ଚିତ୍ରଶିଳ୍ପୀ ଙ୍କର ଚିତ୍ରକଳା କୁ ଶ୍ରେଷ୍ଠ ବିବେଚିତ କରାଯାଇଛି। ୧ମ- ଅନନ୍ତ କୁମାର ପ୍ରଧାନ,୨ୟ – ପ୍ରଦ୍ୟୁମ୍ନ କୁମାର ଦାସ,୩ୟ – ସଞ୍ଜନା ସାହୁ, ୪ର୍ଥ – ମାହେଶ୍ୱରୀ ରଣା, ୫ମ – ମୋନାଲିସା ପାଢ଼ୀ। ଉକ୍ତ ପ୍ରତିଯୋଗିତା ରେ ଓଡ଼ିଶା ଚାରୁ ଓ କରୁକଳା ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗାମାଧବ କର ବିଚାରକ ରୂପେ ଥିବା ବେଳେ କଳା ଅଧ୍ୟାପକ ବିଶ୍ୱମୋହନ ରଥ ଓ ସୁଶାନ୍ତ ମେହେର ଯୋଗଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ଭାରତ ସରକାରଙ୍କ କେନ୍ଦ୍ରୀୟ ସଂଚାର ବିଭାଗ (ଆଞ୍ଚଳିକ) ର Asst. director ରାମେଶ୍ବର ନାୟକ, କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା,କ୍ଷେତ୍ର ପ୍ରଚାର ସହାୟକ ଜୁଗଳ କୁମାର ସାମନ୍ତସିଂହାର ପ୍ରମୁଖ। ପ୍ରକାଶ ଥାଉ କି ଏଥିରେ କଳା ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗାମାଧବ କର ଙ୍କ ଦ୍ଵାରା ଅଂଶ୍ରହଣକାରୀଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ଶ୍ରେଷ୍ଠ ବିବେଚିତ ୫ ଜଣ ଚିତ୍ର ଶିଳ୍ପୀ ଙ୍କୁ ତା-୦୬/୭/୨୦୨୨ ସନ୍ଧ୍ୟାରେ ସ୍ଵତନ୍ତ୍ର ସମ୍ମାନିତ କରାଯିବା ପାଇଁ ଶ୍ରୀଯୁକ୍ତ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published.