ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର ବାବୁ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସାରା ବିଶ୍ୱରେ ଡାକ୍ତରଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଉଥିବା ବେଳେ ସାମ୍ନା କୁ ଆସିଛି ଚଞ୍ଚଲ୍ୟକର ଅଭିଯୋଗ l ଭିଜିଲାସନ୍ସ ଜାଲ ଛନ୍ଦି ହୋଇ ହଟହଟା ହଉଛନ୍ତି ଡାକ୍ତରୀ ବାବୁ l ତେବେ ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର l ଖବର ଅନୁସାରେ ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ସରକାରୀ ଡାକ୍ତର ଉମାକାନ୍ତ ଖେଜୁରିଆ । Lic ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ଏଜେଣ୍ଟଙ୍କ ଠାରୁ ୧୧ହଜାର ଟଙ୍କା ଲାଞ୍ଚ ନେଉଥିଲେ।ଖବର ପାଇ ମାଡିବସିଲା କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ।ଢେଙ୍କାନାଳ ସଦରବ୍ଲକ ଚାଉଳିଆ ଗାଁର ପଲିସି ହୋଲ୍ଡର ନନ୍ଦିନୀ ନାୟକ Lic ରେ ଏକ ବିମା ପଲିସି କରିଥିଲେ।ତାଙ୍କର ମୃତ୍ୟୁ ପରେ ଡେଥ କ୍ଲେମ ପାଇଁ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ କ୍ଲେମ ପାଇଁ ଫର୍ମ ଦସ୍ତଖତ ବାବଦ ୧୧ହଜାର ଟଙ୍କା ଦାବି କରିଥିଲେ ଡାକ୍ତରୀ ବାବୁ l ତେବେ ଟଙ୍କା ନେବାବେଳେ କୌଣସି ସୂତ୍ର ରୁ ଖବରପାଇ ମାଡିବସିଲା ଭିଜିଲାନ୍ସ ଟିମ। ତେବେ ଡାକ୍ତର ବାବୁ ଏବେ ପୋଲିସ ହେପାଜତ ରେ ଥିବା ବେଳେ ଆଗକୁ କଣ କାର୍ଯ୍ୟାନୁଷ୍ଠାନ କରାଯାଉଛି ତାହା ଦେଖିବାକୁ ବାକି ରହିଲା l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.