୮୨ ତମ ଅନନ୍ୟା ଅଡିଓ ଆସର ପର୍ଯ୍ୟବେକ୍ଷଣରେ ବାଲେଶ୍ଵର

ଖଇରା,(ନାଗରାଜ ନ୍ୟୁଜ): ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା ଜିଲ୍ଲା କେନ୍ଦୁଝରର ୮୨ ତମ ଅନନ୍ୟା ଅଡିଓ କବିତା ଆସର ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନ ପ୍ରାଣପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସର କାର୍ଯ୍ୟକ୍ରମରେ ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରାର ଜନୈକା ଉପଦେଷ୍ଟା ତଥା ଠାକୁର ଅନୁକୁଳ ଚନ୍ଦ୍ର ଆଶ୍ରିତ ଗୃହିଣୀ ମନୋଜ ମଞ୍ଜୁଳା ସେନାପତି ମୁଖ୍ୟ ଅତିଥି ଭାବେ ଆସୀନ ଥିବାବେଳେ ମାନବବାଦୀ ବ୍ୟକ୍ତିତ୍ୱ ଡ଼ଃ ନୀଳାଦ୍ରୀ ଜଗଦେଵ ଓ ସୁଶିକ୍ଷକ ସୁସଂଗଠକ ଗଜନୀ ଚନ୍ଦ୍ରଶେଖର ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ସୁନାମଧନ୍ୟ ଅନନ୍ୟା ପ୍ରତିଭା ପ୍ରଫୁଲ୍ଲ କୁମାର ହୋତା ଉଦ୍ଘାଟନ କରିଥିବା ବେଳେ ସୁଶ୍ରୀ ଆରାଧ୍ୟଙ୍କ ଶୁଭ ଶଙ୍ଖଧ୍ୱନି ଆସରକୁ ଆହ୍ୱାନ କରିଥିଲା । ଅନୁଷ୍ଠାନ ସକ୍ରିୟ ସଦସ୍ୟ କୁମାର ଷ୍ଟାର୍ଲିନଙ୍କ ଆଧ୍ୟାତ୍ମିକ ପରିଚାଳନାରେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଉତଙ୍କ ଭକ୍ତି ଭଜନର ତାଳେ ତାଳେ ଉଜ୍ଜୟିନୀ ମିଶ୍ର ଓ ଅଙ୍କିତା ଦାଶ ଆଦି କଣ୍ଠଶିଳ୍ପୀ ମାନେ ଜଗନ୍ନାଥଙ୍କୁ ହୃଦୟରୁ ଭକ୍ତି ଅର୍ଘ୍ୟ ଭଜନ ମାଧ୍ୟମରେ ଅର୍ପଣ କରିଥିଲେ । ସମ୍ପାଦକ ଶ୍ରୀ ସେନାପତିଙ୍କ ସଂଯୋଜନାରେ ପରିଚାଳିତ ଆସରରେ ସୁକଣ୍ଠଶିଳ୍ପୀ ଆହ୍ଲାଦିନ ପାଣିଗ୍ରାହୀ ଦାଶ, ମାନସୀ ବେହୁରା, ଶାନ୍ତିଲତା ପଣ୍ଡା, ଉମାକାନ୍ତ ଦାସ ଓ ସଂଯୁକ୍ତା ସାହୁ ସମେତ ୨୧ଜଣ ପ୍ରତିଭା ତାଙ୍କର ସୁନ୍ଦର ଛନ୍ଦ କବିତା ଓ ମୁକ୍ତ ଛନ୍ଦର ରସବୋଧ ଆବୃତ୍ତି କରିଥିଲେ ।

ମୁଖ୍ୟ ଅତିଥିଙ୍କର ମାର୍ଗଦର୍ଶନ ପ୍ରେରଣାଦାୟକ ଓ ଭାବୋଦ୍ଦୀପକ ଥିଲା ।ହାସ୍ୟମୟୀ ରାଜ, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ଦାଶ, ପ୍ରଭଞ୍ଜନ ତ୍ରିପାଠୀଙ୍କ ନିରୀକ୍ଷଣରେ ତଥା ସୁ ସାମ୍ବାଦିକ ସୁ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ଓ ଧୀରେନ୍ଦ୍ର ମଲ୍ଲିକଙ୍କର ପର୍ଯ୍ୟବେକ୍ଷଣରେ ସମସ୍ତ ଅଡିଓ କବିତା ପରିବେଷଣ କରାଯାଇ ଜଗନ୍ନାଥଙ୍କ ପଦ ପଙ୍କଜରେ ସମର୍ପିତ କରାଯାଇଥିଲା । ଧାରା ଶ୍ରାବଣର ଘନ ଘନ ବର୍ଷାର ନିନାଦରେ ଏହି କାର୍ଯ୍ୟକ୍ରମର ଅନନ୍ୟ ଅନୁଭୂତି ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ କରିଥିବାବେଳେ ଧନ୍ୟବାଦ ଅର୍ପଣ ଅନନ୍ୟା ପ୍ରତିଭା ସ୍ୱପ୍ନା ମହାନ୍ତି, ଅନୁଷ୍ଠାନ ବାର୍ତ୍ତା ପ୍ରତିଭାଧାରିଣୀ ସ୍ୱାଗତିକା ସାହୁ ଓ ଶାନ୍ତିପାଠ ଅନନ୍ୟାର ମହାନ ପ୍ରତିଭା ଦୀପ୍ତିଦେଵଦର୍ଶିନୀ ସୂତାର କରିଥିଲେ । ଏହି ଆସରରେ ମୁଖ୍ୟ ଅତିଥିଙ୍କର ଶୁଭ ଜନ୍ମଦିବସ ପାଳନ କରାଯାଇଥିଲା ବେଳେ ଅନନ୍ୟାର ମୁଖ୍ୟ ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀ ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଥିଲେ । ଅନନ୍ୟାର ସମସ୍ତ ସଦସ୍ୟ ସଦସ୍ୟାଙ୍କର ସମ୍ପୃକ୍ତି ଓ ସାଗ୍ରହ ତ୍ୟାଗପୂତ କର୍ମପ୍ରବଣତା ପ୍ରକଟିତ ହୋଇଥିଲା ସର୍ବଶେଷରେ ସହ ସମ୍ପାଦକ ଵିଷ୍ଣୁ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଆସର ସମାପ୍ତି ଘୋଷଣା କରାଯାଇଥିଲା ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ 

Leave a Reply

Your email address will not be published.