ଦିନ ଦ୍ବିପହରରେ ବ୍ୟାଙ୍କ ଡକାୟତି

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବରୁଣଗଡିଆ ଛକ ଠାରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ଦିନ ଦ୍ବିପହରରେ ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟାଙ୍କ ଡକାୟତି । ଟଙ୍କାର ପରିମାଣ ଜଣା ପଡିନଥିବା ବେଳେ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଦିନ ୧.୩୦ ମିନିଟ ସମୟରେ ଆଠ ଜଣ ଦୁର୍ବୁତ ହଠାତ୍ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଭିତରେ ପଶି ବ୍ୟାଙ୍କ କର୍ମଚାରୀଙ୍କ ସହ କିଛି ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ପ୍ରଥମେ ଭୟଭୀତ କରିଥିଲେ । ପରେ ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ସମସ୍ତଙ୍କୁ ପାଇଖାନା ଭିତରେ ଭର୍ତ୍ତି କରି ଦେଇ ବ୍ୟାଙ୍କ ଲୁଟ୍ କରି ଫେରାର ହୋଇ ଯାଇଥିଲେ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଦୁର୍ବୁତ ମାନେ ଦୁଇଟି ବାଇକ ସହିତ ଏକ ବୋଲେରୋ ଗାଡ଼ିରେ ଆସିଥିବା ବେଳେ ବ୍ୟାଙ୍କ ଭିତରକୁ ଆଠଜଣ ଯାଇଥିଲେ । ଅନ୍ୟମାନେ ରାଜରାସ୍ତାରେ ପ୍ରସ୍ତୁତ ରହିଥିଲେ । ତେବେ ସମସ୍ତେ ବଙ୍ଗଳା ଭାଷାରେ କଥା ବାର୍ତ୍ତା ହେଉଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.