ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ କାର ଦୁର୍ଘଟଣାଗ୍ରସ୍ତ

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି। ବିଧାୟକଙ୍କ କାର କୁ ଏକ ଟ୍ରକ ପିଟିଥିବା ସୂଚନା ସୌଭାଗ୍ୟବଶତଃ ବିଧାୟକ ସଞ୍ଜୀବ ମଲ୍ଲିକ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ବିଧାୟକ ମଲ୍ଲିକଙ୍କୁ ସ୍ଥାନୀୟ ଜାରକା ଡ଼ାକ୍ତରଖାନା ଚିକିତ୍ସା କରାଯାଇଛି । ଧର୍ମଶାଳା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟ ପହଁଚି ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିଛନ୍ତି । ବିଧାୟକ ତାଙ୍କ ସହଯୋଗୀ ଓ ଡ୍ରାଇଭର ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନିଜେ ତାଙ୍କ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରିଛନ୍ତି । ତେବେ ଜାରକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି ।

Leave a Reply

Your email address will not be published.