ଖଇରାରେ ଭାଗବତ ଜନ୍ମ ଉତ୍ସବ ପାଳିତ

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା କଲେଜ ନିକଟସ୍ଥ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀଙ୍କ ବାସଭବନ ପରିସରରେ ଆଞ୍ଚଳିକ ବ୍ରାହ୍ମଣ ସମିତି ଖଇରା ଆନୁକୂଲ୍ୟରେ ଗତକାଲି ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପଣ୍ଡିତ ଜଳଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବହୁ ବିଦ୍ୱାନ ପଣ୍ଡିତ ଓ ଭାଗବତପ୍ରେମୀ ମାନେ ଉପସ୍ଥିତ ହୋଇଥିଲେ । ” ଧର୍ମ ଅର୍ଜନେ ଧର୍ମ କରି, ଧର୍ମ ପ୍ରାପତ ନରହରି ” ଭାଗବତ ବାଣୀ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଭାଗବତପ୍ରେମୀ ଓ ପଣ୍ଡିତମାନେ ।

ସର୍ବଦା ଅଧିକ ଧନ ପଛରେ ନ ଗୋଡାଇ ଧର୍ମ ପଛରେ ଗୋଡାଇଲେ ଈଶ୍ୱରଙ୍କ ସାନ୍ନିଧ୍ୟ ମିଳିଥାଏ ବୋଲି କେତେଜଣ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବେ ହରେକୃଷ୍ଣ ପାଣିଗ୍ରାହୀ, ବ୍ରାହ୍ମଣ ସମିତିର ରାଜ୍ୟ କମିଟିର ଉପସଭାପତି କୃଷ୍ଣଚନ୍ଦ୍ର ପତ୍ରୀ ଓ କାର୍ଯ୍ୟକାରୀ ସଭାପତି ବୁଦ୍ଧିରାମ ପାଣିଗ୍ରାହୀଙ୍କ ବକ୍ତବ୍ୟ ଖୁବ୍ ଶିକ୍ଷଣୀୟ ଥିଲା । ସମ୍ପାଦକ ରମାକାନ୍ତ ଶତପଥୀ ପ୍ରଥମେ ପ୍ରାରମ୍ଭିକ ସୂଚନା ପ୍ରଦାନ ଦେଇଥିଲେ ।

ଏଥିରେ ପଣ୍ଡିତ ଓ ଭାଗବତପ୍ରେମୀ ସନ୍ତୋଷ ଶତପଥୀ, କୈଳାସ ତ୍ରିପାଠୀ, ଗଗନ ବିହାରୀ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ବିଭୁତି ଭୂଷଣ ତ୍ରିପାଠୀ, ସଂକୀର୍ତ୍ତନ ପଣ୍ଡା, ସୃଷ୍ଟିଧର ରାଉଳ, ରମଣିରଞ୍ଜନ ନାୟକ, ଅନନ୍ତ ଦାଶ, ବଳରାମ ପଣ୍ଡା, ରାମଚନ୍ଦ୍ର ପତ୍ରୀ,ରଘୁନାଥ ପତ୍ରୀ, ଦେବେନ୍ଦ୍ର କୁମାର ରାଉତ ଓ ରାମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପୂଜକ ଅଭିମନ୍ୟୁ ପଣ୍ଡା(ବାଣ୍ଠୁ ନନା) ପୂଜାପାଠ କରିଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଥିବା ଖବର ସଂଗ୍ରହରୁ ଜଣାପଡିଛି ।

Leave a Reply

Your email address will not be published.