ଗଁଦିଆ ବ୍ଲକରେ ଭୀମଭୋଇ ସାମର୍ଥ୍ ଶିବିର ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଗଁଦିଆ ବ୍ଲକର କନ୍ଫରେନ୍ସ ଗୃହରେ ଭୀମଭୋଇ ସାମର୍ଥ୍ ଶିବିର ଅନୁଷ୍ଠିତ ହୋଇଯାଇଛି . ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷରଞ୍ଜନ ସାହୁ ଏହାକୁ ଉଦଘାଟନ କରିଥିଲେ . ଉକ୍ତ ବ୍ଲକର29ଗୋଟି ଗ୍ରାମ ପଞ୍ଚାୟତରୁ ମୋଟ614ଜଣ ହିତାଧିକାରୀ ସେମାନଙ୍କର ନାମ ଅନଲାଇନ ରେ ପଞ୍ଜିକରଣ କରିଥିଲେ . ସେଥିମଧ୍ୟରୁ ମାନସିକ ଅନଗ୍ରସର ବିଭାଗରେ139ଜଣ ଅଷ୍ୟଶଲ୍ୟ ବିଭାଗରେ230ଜଣ ମେଡ଼ିସିନ ବିଭାଗରେ22ଜଣ ଦୃଷ୍ଟିଶକ୍ତି ବିଭାଗରେ111ଜଣ ନାସା ଗଳା ବିଭାଗରେ112ଜଣ ଆବେଦନ କରିଥିଲେ ବିଭିନ୍ନ ବିଭାଗରେ ଉପସ୍ଥିତ ବିଶେଷଜ୍ଞଡାକ୍ତର ମାନେ ହିତାଧିକାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ . ଆଗାମୀ ଦିନରେ ଅନଲାଇନ ମାଧ୍ୟମରେ ସେମାନଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ଜଣାଯାଇଛି . ଉକ୍ତ ଶିବିରକୁ ବ୍ଲକର ସମସ୍ତ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହଯୋଗ କରିଥିଲେ .

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.