ମୁରିବାହାଲ,(ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଦିନ କୁ ଦିନ ବିଗିଡିବାରେ ଲାଗିଛି ବ୍ୟବସ୍ଥା ସାପ୍ତାହିକ ବଜାର ରୁ ମୋଟର ସାଇକେଲ, ସାଇକେଲ ବାରମ୍ବାର ଚୋରି ହେଉଥିବାରୁ ଡକାୟତି ମାନେ ପୋଲିସ ପ୍ରଶାସନକୁ ନାକେଦମ କରିସାରିଲେଣି । ପ୍ରାୟ ୧୨ ମାସ ରେ ଗଲାଣି ୧୨ ଟି ବାଇକ ଏ ନେଇ ମୁରିବାହାଲ ପୋଲିସ ପ୍ରଶାସନ ନା ଚୋରକୁ ଧରିପାରିଛନ୍ତି ନା ଚୋରି ବାଇକକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଛନ୍ତି । ଫଳରେ ପୋଲିସ ଉପରୁ ଜନ ସାଧାରଣ ଙ୍କ ଭରଷା ତୁଟିବାରେ ଲାଗିଛି । ଏମିତି ବହୁ ବାଇକ ଚୋରି ର ତଥ୍ୟ ପୋଲିସ ଗଣମାଧ୍ୟମକୁ ଦେଉନାହିଁ । ପୋଲିସ କେବଳ ଲୋକ ଦେଖାଣିଆ ସିସିଟିଭି ଫୋଟେଜ ଯାଞ୍ଚ କରି ନିଜ ଦାୟିତ୍ୱ ସାରି ବସିପଡୁଛି । କିନ୍ତୁ ଏ ସବୁ ଡକାୟତି ଆଗକୁ ଯେମିତି ନ ବଢୁ ସେଥିପ୍ରତି ଆଜି ମୁରିବାହାଲ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ବିଶ୍ୱ ବିହାରୀ ଯୋଶୀଙ୍କ ଆୟୋଜକ ରେ ମୁରିବାହାଲ ସାପ୍ତାହିକ ବଜାର ପାଖରେ ଏକ ସାଇକେଲ ଓ ମୋଟର ସାଇକେଲ ଷ୍ଟାଣ୍ଡ ଉଦଘାଟନ କରିଛନ୍ତି । ଏହି ଷ୍ଟାଣ୍ଡ ରେ ଯେତେ ବି ବ୍ୟବସାୟ ବ୍ୟବସାୟୀ ନିଜର ଯାନବାହାନ କୁ ଷ୍ଟାଣ୍ଡ ରେ ରଖି ଏହି ଡକାୟତି ପ୍ରତି ନିର୍ଭୟ ରେ ରହିପାରିବେ ବୋଲି ମୁରିବାହାଲ ସରପଞ୍ଚ ଶ୍ରୀ ଯୋଶୀ କହିଛନ୍ତି ।