ବାଇକ୍ ଓ ସାଇକେଲ ଧକ୍କା, ଉଭୟ ମେଡ଼ିକାଲରେ ଭର୍ତ୍ତି

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଉଭୟ ଭିନ୍ନ ଭିନ ମେଡ଼ିକାଲରେ ଚିକିତ୍ସିତ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ଖଇରା ଥାନା କୁପାରୀ – ରାଣିତାଲ ରାସ୍ତାର ପାଣିଛତ୍ର ଛକ ନିକଟରେ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଗୁରୁତର ହୋଇପଡିଥିବା ଆରୋହି ଦ୍ବୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସିମୁଳିଆ ଥାନା ଅଡା ଈଶ୍ୱରପୁର ଗ୍ରାମର ଚନ୍ଦନ ଦାସ ଖଇରା ଥାନା ଗେଙ୍ଗୁଟିଆ ଗ୍ରାମରେ ଥିବା ବନ୍ଧୁ ଘରୁ ନିଜ ଘର ଅଡା ଈଶ୍ବରପୁରକୁ ଫେରୁଥିଲେ । ଠିକ୍ ଏତିକି ବେଳେ ଭୋଳାନାଥ ବେହେରା(୩୦) ସାଇକେଲ ଯୋଗେ ଡୁଙ୍ଗୁରା ବଜାରରୁ ନିଜ ଘର ପାଣିଛତ୍ରକୁ ଫେରୁଥିଲେ । ଦ୍ରୁତ ଗତିରେ ଆସୁଥିବା ବାଇକ୍ ଆରୋହି ହଠାତ୍ ସାଇକେଲ ଆରୋହିଙ୍କୁ ସାମ୍ନାସାମ୍ନି ଧକ୍କା ଦେଇଥିଲା । ଏହାଦେଖି ଛକରେ ଛିଡା ହୋଇଥିବା ଦେଖଣାହାରୀ ମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ୧୦୮ ଆସିବାରେ ବିଳମ୍ବ ହେବାରୁ ସମ୍ପର୍କୀୟ ମାନେ ବାଇକ୍ ଯୋଗେ ଭୋଳାନାଥକୁ ଖଇରା ମେଡିକାଲକୁ ନେଇଥିବା ବେଳେ ଚନ୍ଦନ ଦାସର ସମ୍ପର୍କୀୟ ମାନେ ସିମୁଳିଆ ମେଡିକାଲକୁ ନେଇଛନ୍ତି ଚିକିତ୍ସା ପାଇଁ । ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଘଟଣାଟି ଘଟିଥିବା ବେଳେ ସ୍ଥାନୀୟ ଲୋକମାନେ UP78- Bq5733 ବାଇକଟିକୁ ଜବଦକରି ରଖିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.