କଟକ ସଦର ଥାନାକୁ ବଡ଼ ସଫଳତା

କଟକ,(ନାଗରାଜ ନ୍ୟୁଜ): କଟକ ସଦର ଥାନାକୁ ବଡ଼ ସଫଳତା । ଚାରି ଆନ୍ତରାଷ୍ଟ୍ରୀୟ କୁଖ୍ୟାତ ଅପରାଧି ଙ୍କୁ ଗିରଫ ସହ କୋର୍ଟ ଚାଲାଣ । କଟକ ସଦର ଥାନା ତରଫରୁ ଚଢ଼ାଉ କରି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଗ୍ରାମର ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀ ଜୁମା ଓରଫ ଅବଦୁଲ ନାଦି ଖାଁ (୧୯) ଜଗତପୁର ଥାନା ଅନ୍ତର୍ଗତ ନୂଆସାହିର ଦେବାଶିଷ ଭୂୟାଁ ଓରଫ ଦେବ (୧୯) ଗଣିପୁରର ବିନୋଦ ବିହାରୀ ବିଶ୍ଵାଳ (୩୦) କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଗରାପୁର ଅଞ୍ଚଳର ଟୁଟୁ ଓରଫ ସେକ୍ ରୁସ୍ତମ (୩୭) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ ସଦର ଥାନା ଅଞ୍ଚଳର ଅଢାଳିଆ ଗ୍ରାମର ରମେଶ ସାହୁଙ୍କ ଏକ ଅଲଟୋ ଗାଡ଼ିକୁ ତାଙ୍କ ଘର ଆଗରୁ ଅଗଷ୍ଟ ମାସ ୨୦ ତାରିଖରେ କେହି ଅଜଣା ବ୍ୟକ୍ତି ଚୋରି କରି ନେଇ ଯାଉଥିବାର ଏକ ଲିଖିତ ଅଭିଯୋଗ ସଦର ଥାନା କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୋନ୍-୪ ଏସିପି ଚନ୍ଦନ ଘଡେ଼ଇ ଓ କଟକ ସଦର ଥାନା ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ର ଏକ ଟିମ୍ ଗଠନ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ।ଯାହାକି ପାର୍ବଣ ପୂର୍ବରୁ ସଦର ଥାନାର ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କ ଠାରୁ ୨ଟି ଅଲଟୋ କାର,୧ଟି ବୋଲେରୋ,୨ଟି ପିକ୍ଅପ୍ ଭ୍ୟାନ ଓ ୨ ଟି ୟାମା ଆର୍ -୧୫ ବାଇକ,୧ଟି ନୀଳରଙ୍ଗର ରେଡି ମୋବାଇଲ ଫୋନ,୪ଟି ମଙ୍ଗଳସୂତ୍ର,୬ଟି ହାତ ମୁଦି,୧ଟି ସୁନା ଚେନ ସହ ଲକେଟ୍ ଜବତ କରାଯାଇଛି। ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଶ୍ରୀକାକୁଲମ ଓ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଅନେକ ଗାଡ଼ି ଚୋରି ଓ ସୁନା ଅଳଙ୍କାର ଛିନତାଇ କରିଥିବା ସେମାନେ ସ୍ବୀକାର କରିଛନ୍ତି। ସେମାନଙ୍କ ନାମରେ ନୟାପଲ୍ଲୀ, ଭରତପୁର, ଚନ୍ଦ୍ରଶେଖରପୁର, ସାଲେପୁର, ଜଗତପୁର, ଖୋର୍ଦ୍ଧା,ହିଞ୍ଜିଳି,ତମାଣ୍ଡୋ, ଢେଙ୍କାନାଳ, ଯାଜପୁର, ନିଶ୍ଚିନ୍ତକୋଇଲି ଓ କଟକ ସଦର ଥାନାରେ ପ୍ରାୟ ୧୭ ଟି ଅଭିଯୋଗ ରହିଛି ବୋଲି ଡିସିପି ପିନାକୀ ମିଶ୍ର ପ୍ରେସମିଟ୍ ଜରିଆରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.