ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା, ୩ ମୋବାଇଲ ଲୁଟେରା ଗିରଫ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଏବଂ କୁତ୍ରା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ମୋବାଇଲ ଲୁଟେରା ଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିଲା। କୁତ୍ରା ଥାନା ଏବଂ ରାଜଗାଙ୍ଗପୁର ଥାନାରେ ଏଥିପାଇଁ ଲୋକମାନେବାରମ୍ବାର ଅଭିଯୋଗ କରିଆସୁଥିଲେ। ବିଶେଷ କରି ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ବସ୍ ଟାଣ୍ଡ, ବଜାର ଏମିତି କି ରାସ୍ତା ରେ ଛିଡ଼ା ହୋଇ କଥା ହେଉଥିବାବେଳେ ଏହି ଲୁଟେରା ମାନେ ମଟରସାଇକେଲ ଆସି ମୋବାଇଲ ଝାମ୍ପିନେଇଯାଉଥିଲେ। ଯାହାଫଳରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ।ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଏସପି ସାଗରିକାନାଥ ଙ୍କ ନିର୍ଦ୍ଦେଶରେ ରାଜଗାଙ୍ଗପୁର ଥାନାଧିକାରୀ ଶ୍ରୀ ବିବଶ୍ଚ ପ୍ରଧାନ ଏକ ସ୍ଵତନ୍ତ୍ର ଟିମ ଗଠନ କରି ରାଜଗାଙ୍ଗପୁର ଏବଂ କୁତ୍ରା ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିଥିଲେ। ଗତକାଲି ତିନି ଜଣ ଯୁବକ ଉପରେ ସନ୍ଦେହ ହେବା ରୁ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ମୋବାଇଲ ଲୁଟେରା ବୋଲି ସ୍ଵୀକାର କରିଥିଲେ। ପରେ ପୋଲିସ ତାଙ୍କ ଠାରୁ ୨୧ଟି ଚୋରି ସ୍ମାଟଫୋନ ଏବଂ ଗୋଟିଏ ଲାଲ ରଙ୍ଗର ହିରୋହୋଣ୍ଡା ଗ୍ଳେମର ମଟରସାଇକେଲ ଜବଦ୍ କରି ତିନି ମୋବାଇଲ ଚୋରକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟ ପକ୍ଷରେ ଚୋରି ହୋଇଥିବା ମୋବାଇଲ ଫୋନ ମାଲିକ ମାନେ ଆବଶ୍ୟକ କାଗଜପତ୍ର ଦେଖାଇ ନିଜ ନିଜ ମୋବାଇଲ ଥାନରୁପାଇ ରାଜଗାଙ୍ଗପୁର ପୋଲିସ କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.