କଟକ ଚାଉଳିଆଗଞ୍ଜ ଥାନା ପୋଲିସ ପଞ୍ଝାରେ ବାଇକ ଲୁଟେରା

କଟକ, (ନାଗରାଜ ନ୍ୟୁଜ): ଦୀର୍ଘଦିନ ଧରି ବାଇକ ଲୁଟ କରି ଆସୁଥିବା ଯାଜପୁର ର ଚଗଲି ଜେନା କୁ ଗିରଫ କରିଛି ପୋଲିସ। ଲୁଟେରା ଚଗଲି ଲୁଟ କରିଥିବା ୧୫ ଟି ଗାଡି କୁ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ସୂଚନାନୁଯାୟୀ ଭୁବନେଶ୍ୱର ଝାରପଡା ଅଞ୍ଚଳର ମାନସ ରଂଜନ ମହାକୁଡ଼ ତାଙ୍କ ବାଇକ୍ କୁ ମହାନଦୀ ବିହାର ସେଲିବ୍ରେସନ ମଣ୍ଡପ ନିକଟରେ ରଖିଥିବା ବେଳେ କେହି ଦୁର୍ବୁତ୍ତ ଚୋରି କରିନେଇଥିଲେ।ଏହା ପରେ ସେ ଏନେଇ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ଜୋନ୍ ଏ ସି ପି ଶୁଭନାରାୟଣ ମୁଦୁଲି ଏବଂ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଥିଲା। ଆଉ ଅନୁସନ୍ଧାନ ସମୟରେ ମୁଖ୍ୟ ଅଭିଯୁକ୍ତ ଚଗଲି ଜେନାଙ୍କୁ ଗିରଫ କରାଯାଇଥିଲା ଏବଂ ତାର ଦୁଇ ସହଯୋଗୀ ସନ୍ତୋଷ ବେହେରା ଏବଂ କହ୍ନେଇ ତନ୍ତି ନାମକ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

ବିଶେଷ କରି ଚଗଲିର ଗାଡି ଚୋରି କରିବା ପଦ୍ଧତି ଥିଲା ପୁରା ଭିନ୍ନ। ବାଇକ୍ ପୁରୁଣା ହୋଇଯାଇଥିଲେ ଲକ୍ ବି କାମ କରି ନ ଥାଏ। ଏହାର ସୁଯୋଗ ନେଇ ଖୁବ୍ ସତର୍କତା ର ସହ ବିଭିନ୍ନ ଚାବି ମାଧ୍ୟମରେ ଗାଡିକୁ ଫିଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥାଏ ମାଷ୍ଟରମାଇଣ୍ଡ୍ ଚଗଲି। ଚଗଲି ଜଣେ ନିଶାସକ୍ତ ବ୍ୟକ୍ତି ହୋଇଥିବାରୁ ନିଜର ନିଶା ସେବନ କରିବା ଲାଗି ଗାଡି ଚୋରି କରିଥାଏ। ମୁଖ୍ୟ ଅଭିଯୁକ୍ତ ଚଗଲି ନାଁ ରେ ୨୦୧୩ ରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଘଟଣାରେ ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି। ପ୍ରାୟତଃ ହିରୋହୋଣ୍ଡା ବାଇକ୍ କୁ ଟାର୍ଗେଟ୍ କରି ଲୁଟ୍ କରିଥାଏ ଚଗଲି। ମୁଖ୍ୟ ଅଭିଯୁକ୍ତ ଚଗଲି ହିଁ ଏହି ଲୁଟ୍ ର ମାଷ୍ଟରମାଇଣ୍ଡ୍ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

କଟକରୁ ଭରତ ମହାରଣାଙ୍କ ରିପୋର୍ଟ 

Leave a Reply

Your email address will not be published.