ନକଲି ଔଷଧ ମାମଲାରେ ଗର୍ଜିଲା ବିଜେପି

କଟକ,(ନାଗରାଜ ନ୍ୟୁଜ): ନକଲି ଔଷଧ ମାମଲାରେ ଗର୍ଜିଲା ବିଜେପି । କଟକ ରୁ ଠାବ ହୋଇଥିବା ନକଲି ମେଡିସନ ର ମୂଳ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗିରଫ ଦାବି କଲା ବିଜେପି । ଏହାସହ କଟକ ସହର ରେ ନକଲି ଔଷଧ ବିକ୍ରି ପ୍ରସଂଗ ରେ ମେୟର ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଭାରତୀୟ ଜନତା ପାର୍ଟି। କେବଳ ହୋଲସେଲର ଙ୍କୁ ଗିରଫ କଲେ ମୂଳ ମଞ୍ଜି ତ ମିଳିବନି ଏହି ଦିଗରେ ମନ୍ତ୍ରୀ ବିଧାୟକ ଓ ମେୟର ଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରିଛି ଦଳ । ଅନ୍ୟପଟେ କଟକ ରେ ଆଉ କିଛି ଦିନ ପରେ ଆରମ୍ଭ ହେବ ଜଗତ ଜନନୀ ଦୁର୍ଗା ମାଆଙ୍କ ପୂଜା ।କିନ୍ତୁ ଦୁଃଖର ବିଷୟ ସହର ରେ ଏଜବାତ ହୋଇ ପାରିଲାନି ସ୍ଵଛ ଓ ପରିମଳ । ଗୋଟିଏପଟେ ରାସ୍ତା ଘାଟ ର ଅବସ୍ଥା ଶୋଚନୀୟ ରହିଥିଲା ବେଳେ ଅନ୍ୟପଟେ ପରିମଳ ଦିଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ରେ ପିସି କାରବାର ଜାରି ରହିଥିବା କହିଛି ବିଜେପି। ଯଦି ହାତରେ ସମୟ ଥାଇ ଏହି ଦିଗରେ ଦୃଢ଼ ପଦକ୍ଷେପ ନନିଆଯାଏ ତେବେ ମେୟର ଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଆଂନ୍ଦୋଳନରତ ବିଜେପି କର୍ମୀ ।

Leave a Reply

Your email address will not be published.