ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଓଡିଶା ସରକାରଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରାଯାଇଥିବା ବେଳେ ବିଭିନ୍ନ ମନ୍ତ୍ରୀ ଏବଂ ବିଧାୟକଙ୍କ ଦ୍ୱାରା ଏହାର ବଣ୍ଟନ କରାଯାଉଛି । ତେବେ ଆଜି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତଠାରେ ବିଜୁ ହେଲଥ କାର୍ଡ ବିତରଣ ଏବଂ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ବିଧାୟକ ନିଧି ସାମଲ । ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇ ସୁଧୀର କୁମାର ସାମଲ ଉପଯୁକ୍ତ ହିତାଧିକାରୀମାନଙ୍କୁ ହେଲଥ କାର୍ଡ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଗଁନ୍ଦିଆ ବିଡିଓ ଆଶିଷ ରଞ୍ଜନ ସାହୁ ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ । ଏଥିସହ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ୮୭୬ କୋଟି ୨୭ଲକ୍ଷ ଟଙ୍କାର ୧୯୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟସ କରିଥିଲେ । ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ ସେବା ସଚେତନତା ରଥକୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି କାର୍ଯ୍ୟକ୍ରମ ଆସନ୍ତା ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଆୟୋଜିତ ହେବାକୁ ଯାଉଥିବା ବେଳେ ଯଥା ଶୀଘ୍ର ସାଧାରଣ ଜନତା ଏହାର ଲାଭ ପାଇ ପାରିବେ ବୋଲି ବିଧାୟକ ସୂଚନା ଦେଇଛନ୍ତି ।