ବ୍ୟବସାୟୀ ସଂଘର ସାମ୍ବାଦିକ ସମ୍ମିଳନୀ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନ ଖଇରା ବଜାରରେ ଥିବା ଦୋକାନକୁ ପ୍ରଶାସନ ଉଚ୍ଛେଦ ପାଇଁ ଘୋଷଣା କରିବାପରେ ଉଛେଦକୁ ବିରୋଧ କରି ଖଇରା ବ୍ୟବସାୟୀ ସଂଘର ଆଜି ଖଇରା ବଜାର ସ୍ଥିତ ୟୋକୁ ବ୍ୟାଙ୍କ ନିକଟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୧ତାରିଖ ଦିନ ଖଇରା ବଜାରରେ ଥିବା ବ୍ୟବସାୟୀଙ୍କ ଦୋକାନ ଘର ସମେତ ବଜାର ମଝିରେ ଥିବା ୟୋକୁ ବ୍ୟାଙ୍କ ନିକଟରେ ପାଣି ନାଳ ଉପରେ ଥିବା ଏକ ପୋଲ ଉପରେ ବ୍ୟାଙ୍କ କୁ ଆସୁଥିବା ହଜାର ହଜାର ଗାଡି ରଖିବା ପାଇଁ ସୁବିଧା ଥିବାବେଳେ ଉଚ୍ଛେଦ ହେବାପାଇଁ ତହସିଲ ତରଫରୁ ଡାକବାଜି ଯନ୍ତ୍ର ସହାର୍ଯ୍ୟରେ ଘୋଷଣା କରାଯାଇଛି।ପୂର୍ବରୁ କରୋନା ମହାମାରୀ ପାଇଁ ଦୁଇବର୍ଷ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ପୁଣି ଏବେ ପ୍ରଶାସନ ଦୋକାନ ଘର ଭାଙ୍ଗିବା ଏବଂ ବିନା କିଛି କାରଣ ନଥାଇ ୟୌକୁ ବ୍ୟଙ୍କ ନିକଟରେ ଥିବା ପୋଲ ଭାଙ୍ଗିବା ଘଟଣାକୁ ବିରୋଧ କରି ବ୍ୟବସାୟୀମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟିଥିବାବେଳେ ଆଜି ଶତାଧିକ ବ୍ୟବସାୟୀ ମାନେ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଉଚ୍ଛେଦ ବନ୍ଦ କରିବାକୁ ଦାବି କରିବା ସହିତ ଯଦି ପ୍ରଶାସନ ନଶୁଣେ ତେବେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।

ବାଲେଶ୍ୱର ଜିଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.