ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ ଓ ଖୁଣ୍ଟସମଲେଇ ଆଦି ୩ଟି ପଞ୍ଚାୟତରେ ୩ରୁ ଅଧିକ ପୁଅଝିଅ ଥିବାର ବାପା ମା’ଙ୍କର ନିର୍ବାଚନ ପ୍ରାର୍ଥିପତ୍ର ନାକଜ କରାଯାଇଛି । ଏନେଇ ପାଟଣାଗଡ଼ ବ୍ଲକ କାର୍ୟ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ୩ ଜଣ ଆଶାୟୀ ପ୍ରାର୍ଥୀ । ତମିଆ ଗାଁର ସେବତୀ ଭୋଇ, ଖୁଣ୍ଟସମଲେଇ ଗାଁର ସାବିତ୍ରୀ ନାଗ ଏବଂ ଫଟାମୁଣ୍ଡା ତପି ତାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ଫଟାମୁଣ୍ଡା ଏବଂ ଖୁଣ୍ଟସମଲେଇ ପଞ୍ଚାୟତରେ ପ୍ରତିଦ୍ବନ୍ଦୀ କରୁଥୁବା ଉଭୟ ସ୍ୱାମୀ ସ୍ତ୍ରୀ ପଙ୍କଜିନୀ କୁମ୍ଭାର ଓ ଜୟନ୍ତ କୁମ୍ଭାରଙ୍କ ୪ଟି ସନ୍ତାନ ଅଛନ୍ତି । ତେଣୁ ତାଙ୍କୁ ପ୍ରାର୍ଥିପତ୍ରକୁ ନାକଜ କରାଯାଇଛି । ଠିକ ସେହିପରି ତମିଆ ପଞ୍ଚାୟତରେ ମଧ୍ୟ ସରପଞ୍ଚ ଆଶାୟୀ ପାର୍ଥୀ ଭାବେ ଲଢୁଥିବା ତାହେରା ବେଗମଙ୍କ ୩ ଟି ପୁଅ ଝିଅ ଥିବାରୁ ତାଙ୍କୁ ମଧ୍ୟ ବାଦ ଦିଆଯାଇଛି ।
ସେମାନେ ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀ ଙ୍କ ଲିଖିତ ଅଭିଯୋଗ କରିଥିବାବେଳେ ବ୍ଳକ ନିର୍ବାଚନ ଅଧିକାରୀ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି । ହେଲେ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ଖୁଣ୍ଟସମଲାଇ ଗ୍ରାମ ପଞ୍ଚାୟତ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ସାବିତ୍ରୀ ନାଗ,ଫଟାମୁଣ୍ଡା ପଞ୍ଚାୟତ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ତପିନାଗ ଓ ତମିଆଁ ପଞ୍ଚାୟତ ଆଶାୟୀ ସରପଞ୍ଚ ପ୍ରାର୍ଥୀ ସେବତୀ ଭୋଇ ପାଟଣାଗଡ଼ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏପରିକି ଦାବି ପୂରଣ ନହେବା ଯାଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।