ଜେଏମଏଫସି କୋର୍ଟ ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ସ୍ଥାପିତ ଜେଏମଏଫସି କୋର୍ଟର ୩ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘର ସଭାପତି ପ୍ରଦୀପ କୁମାର ସାହୁଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ପ୍ରତିଷ୍ଠା ଉତ୍ସଵ ରେ ମୁଖ୍ୟ ଅତିଥି ଭାବେଗଁଦିଆ ଜେ ଏମ ଏଫ ସି କୋର୍ଟ ବିଚାରପତି ସୌରବସାଗର ପ୍ରଧାନ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ସଙ୍ଘର ସଭାପତି ବିଭିର୍ଣ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବିଚାରପତି ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ l ସେହିପରି ଜେଏମଏଫସି କୋର୍ଟର ନୂତନ ବିଲ୍ଡିଂଗି ପାଇଁ ଜାଗା ଚିହ୍ନଟସହ ଅନୁଦାନରାଶି ଅନୁମୋଦିତ ହୋଇଥିବାରୁ ଓକିଲ ସଂଘ ପକ୍ଷରୁ ଢେଙ୍କାନାଳ ଜିଲ୍ଲାଜଜ ଶରତ ଚନ୍ଦ୍ର ଦେହୁରୀ ଗଁଦିଆ ଜେ ଏମ ଏଫ ସି ବିଚାରପତି ଓ ସ୍ଥାନୀୟ ତହସିଲଦାର ଆଶିଷ ରଞ୍ଜନ ସାହୁ ପ୍ରମୁଖ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି l ଏଥିରେ ସଂଘର ସମସ୍ତ ଆଇନଜୀବୀ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.