କମ୍ ବୟସ ଝିଅର ବିବାହ ବନ୍ଦ କଲା ଚାଇଲ୍ଡିଲାଇନ

ବାଲେଶ୍ବର, (ନାଗରାଜ ନ୍ୟୁଜ): କମ୍ ବୟସରେ ଝିଅ ବିବାହ ହେଉଥିବାର ଖବର ପାଇ ଚାଇଲ୍ଡି ଲାଇନ ପହଞ୍ଚିଲା ଗାଁ ଦାଣ୍ଡରେ । ଏମିତି ଏକ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ଗ୍ରାମରେ । ସବିତା ପାତ୍ର ସ୍ବାମୀ ସ୍ବର୍ଗତ ହେମନ୍ତ ପାତ୍ର ଙ୍କ କମ୍ ବୟସର ଝିଅ ବାହାଘର ହେଉଥିବାର ଖବରପାଇ ଖଇରା ଚାଇଲ୍ଡି ଲାଇନ୍, ଖଇରା ସିଡିପିଓ, ଖଇରା ପୋଲିସ ପ୍ରମୁଖ ସବିତା ପାତ୍ରଙ୍କ ଘରେ ପହଞ୍ଚି ଥିଲେ । କମ୍ ବୟସରେ ଝିଅ ବାହାଘର କରୁଥିବା କଥା ସବିତା ପାତ୍ର ଠାରୁ ପଚାରି ବୁଝିଥିଲେ । ୧୮ ବର୍ଷରୁ କମ୍ ବୟସର ଝିଅକୁ ବିବାହ ଦେଲେ କ’ଣ ପରିଣତି ଭୋଗିଵାକୁ ପଡେ ବୋଲି ଅଧିକାରୀ ମାନେ ବୁଝାଇଥିଲେ ସବିତା ପାତ୍ରକୁ ।

ଶ୍ରୀମତୀ ପାତ୍ର କମ୍ ଝିଅକୁ ୧୮ ବର୍ଷ ପରେ ବିବାହ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଇଲ୍ଡି ଲାଇନ୍ ସମେତ ସମସ୍ତ ଅଧିକାରୀ ସେଠାରୁ ଫେରିଥିଲେ । ଚାଇଲ୍ଡି ଲାଇନ୍ ହସ୍ତକ୍ଷେପ ଦ୍ବାରା କମ୍ ବୟସ ଝିଅର ବିବାହ ବନ୍ଦ ହୋଇଥିବାରୁ ଅନ୍ୟ ମାନଙ୍କ ଉପରେ ଏହାର ପଡିବ ବୋଲି ଗାଁ ଲୋକମାନେ କୁହାକୁହି ହେଉଥିବାର ଜଣାଯାଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.