ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ ମିଳିବ କ୍ଷତିପୂରଣ

କଟକ,(ନାଗରାଜ ନ୍ୟୁଜ): ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ ମିଳିବ କ୍ଷତିପୂରଣ । ଏବଂ ଯଥେଷ୍ଟ ପରିମାଣର ବିହନ । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ । ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ର ପ୍ରାଥମିକ କ୍ଷେୟକ୍ଷତି ଆକଳନ ସରିଛି । ବନ୍ୟା ଯୋଗୁଁ ଚାଷୀ ମାନଙ୍କ ମେରୁଦଣ୍ଡ ମଧ୍ୟ ଭାଙ୍ଗି ପଡିଛି । ସେମାନଙ୍କ ପାଇଁ ଚାହିଦା ଅନୁସାରେ କମ ସମୟ ମଧ୍ୟରେ ବିହନ ଯୋଗାଇଦିଆଯିବ । ତା ସହ ସବୁ ପ୍ରକାର ର ପରିବା ର ହଇବ୍ରୀଡ଼ମଞ୍ଜି ମଧ୍ୟ ଯୋଗାଇ ଦିଆଯିବ। ଏବଂ ଯେଉଁ ଚାଷୀ ମାନଙ୍କ ର ଫସଲ ନଷ୍ଟ ହୋଇଛି ସେମାନଙ୍କୁ କ୍ଷତି ପୁରାଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ।

Leave a Reply

Your email address will not be published.