ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ଭାଟପଡା ଗ୍ରାମରେ ଥିବା ସତ୍ୟଭାମା ଉଚ୍ଚ ବିଦ୍ଯାମନ୍ଦିରରେ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ୫ ଜଣ ପାଇଛନ୍ତି ଏ-୧ । ସେମାନେ ହେଲେ ପ୍ରତାପ ପଣ୍ଡା(୫୬୪), ଚନ୍ଦନ ପଣ୍ଡା(୫୬୨),ଜଗବନ୍ଧୁ ପଲେଇ(୫୫୧), ରାଜନନ୍ଦିନୀ ରାଉତ(୫୬ ୫) ଓ ବର୍ଷାରାଣୀ ନାଥ(୫୪୦) । ବିଦ୍ୟାଳୟର ଗର୍ବ ଓ ଗୌରବ ସାଜିଥିବା ୫ ଜଣଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସିଆରସିସି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ ଏ-୧ ପାଇଥିବା ସମସ୍ତ ୫ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଦ୍ବାରା ସେମାନେ ଉତ୍ସାହିତ ହୋଇ ଅଧିକ ଉଚ୍ଚତର ଶିକ୍ଷା ଲାଭ କରିବା ପାଇଁ ପ୍ରେରଣା ପାଇବେ ଏବଂ ତାଙ୍କୁ ଲକ୍ଷ୍ୟକରି ଆଗାମୀ ଛାତ୍ରଛାତ୍ରୀ ମାନେ ଅଧିକ ମାର୍କ ରଖି ବିଦ୍ୟାଳୟର ଟେକ ରଖିବା ପାଇଁ ଚେଷ୍ଟା କରିବେ ବୋଲି ମଞ୍ଚାସୀନ ଅତିଥି ମାନେ କହିଥିଲେ ।
ଏଠାରେ ପ୍ରକାଶ ଥାଉକି ସତ୍ଯଭାମା ଉଚ୍ଚ ବିଦ୍ଯାମନ୍ଦିର ଗତ ୧୯୯୨ ମସିହାରେ ସ୍ଥାପିତ ହୋଇ ପ୍ରତ୍ୟେକ ବର୍ଷ ଭଲ ରେଜଲ୍ଟ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ବଡ଼ ଦୁଃଖର କଥା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ପାଇ ନାହାନ୍ତି । ପ୍ରତ୍ୟେକ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଏ-୧ ଛାତ୍ରଛାତ୍ରୀଙ୍କ ସଂଖ୍ଯା ବୃଦ୍ଧି ପାଉଥିବାରୁ ଏ ବିଦ୍ୟାଳୟ ପ୍ରତି ସରକାର ଦୃଷ୍ଟି ପଡୁନାହିଁ କାହିଁକି ? ଯାହା ଅଭିଭାବକ ଓ ଅଞ୍ଚଳବାସୀଙ୍କ ମନରେ ଆଲୋଚନା ଆରମ୍ଭ ହୋଇଛି । ତେଣୁ ତୁରନ୍ତ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଦାବି ଜୋର ଧରିଛି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ