ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ, ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ

ପୁରୀ, (ନାଗରାଜ ନ୍ୟୁଜ ): ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କୁ ନେଇ ବିବାଦ ବଢିବା ପରେ ପୁରୀ ଜିଲ୍ଲା ଓକିଲ ସଂଘ ଘଟଣା ସ୍ଥଳ ପରିଦର୍ଶନ କରିଛି । ବିଶେଷ କରି ଐତିହ୍ୟ କରିଡର ନିର୍ମାଣ ନେଇ ଶ୍ରୀମନ୍ଦିର ଚାରିପାଖରେ ୩୦ ଫୁଟର ଗର୍ତ ଖୋଳିବା ଓ ନିର୍ମାଣ କାର୍ୟ୍ୟକୁ ନେଇ ପୁରୀ ଜିଲ୍ଲା ଓକିଲ ସଂଘ ଅସନ୍ତୋଷ ପ୍ରକାଶ କରିଛି । ଶ୍ରୀମନ୍ଦିର ଭଳି ପୁରାତନ ଐତିହ୍ୟ କୀର୍ତ୍ତିରାଜିର ନିକଟରେ ଏଭଳି ଖୋଳି ନିର୍ମାଣ କାର୍ୟ୍ୟ କଲେ ମାଟି ଖୋଳା କମ୍ପନକୁ ନେଇ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରତି ବିପଦର ଆଶଙ୍କା ରହିଛି । ସରକାର ଶ୍ରୀମନ୍ଦିର ଚାରି ପାଖରେ ସୌନ୍ଦର୍ୟ୍ୟ କରଣ ସମେତ ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ ,ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପୋଲିସ ସେବା କେନ୍ଦ୍ର କରିବା ପାଇଁ କହୁଥିବା ବେଳେ ଏଥିପାଇଁ ଶ୍ରୀମନ୍ଦିର ଚାରି ପାଖ ୩୦ ଫୁଟ ଗାତ ଖୋଳିବା ନେଇ କୌଣସି ଆବଶ୍ୟକତା ନାହିଁ । ଏଣୁ ତୁରନ୍ତ ସରକାର ଏହାକୁ ବନ୍ଦ କରିବାକୁ ପୁରୀ ଜିଲ୍ଲା ଓକିଲ ସଂଘ କହିଛି । ଏ ପ୍ରସଙ୍ଗରେ ଜିଲ୍ଲା ଓକିଲ ସଂଘ ଜିଲାପାଳଙ୍କୁ ଭେଟି ଦାବି ଜଣାଇଛି । ସେପଟେ ପୁରୀ ଜିଲାପାଳ କହିଛନ୍ତି ଶ୍ରୀମନ୍ଦିର ଚାରିପାଖରେ ଯାହା କିଛି କାର୍ୟ୍ୟ ହେଉଛି ତାହା ଶ୍ରୀମନ୍ଦିର ସୁରକ୍ଷାକୁ କୌଣସି ବିପଦ ନାହିଁ ଏବଂ ଏନଏମଏର ଅନୁମତି ନେଇ ହେଉଛି । ଏନେଇ ସବିଶେଷ ତଥ୍ୟ ଜିଲ୍ଲା ଓକିଲ ସଂଘକୁ ଦିଆଯାଇଛି । ଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ସମସ୍ତ କାର୍ୟ୍ୟ ହେଉଛି ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.