କଟକକୁ ଫେରିଲା କରୋନା କଟକଣା, ମାସ୍କ ବାଧ୍ୟତାମୂଳକ

କଟକ,(ନାଗରାଜ ନ୍ୟୁଜ): ଦେଶରେ ବଢୁଛି କୋରୋନା ସଂକ୍ରମଣ । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାର ଲାଗିଛି । ଏନେଇ ଆଗୁଆ ସର୍ତକତା ଅବଲମ୍ବନ କରିଛି CMC । ପୁଣି ଥରେ କୋରୋନା କଟକଣାକୁ କଡାକଡି ପାଳନ ପାଇଁ କଟକ ମ୍ୟୁନିସପାଲ କରର୍ପୋରେସନ ନିର୍ଦ୍ଦେଶ ଦେଇଛି । ଏନେଇ ଆଜି CMC ତରଫରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି ।ସର୍ବସାଧରଣଙ୍କ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରୁକୁ ଗଲେ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଦେଇଛି CMC । ସମସ୍ତଙ୍କ ଭିତରେ ପରସ୍ପର ୨ ମିଟର ବ୍ୟବଧାନ ରଖିବାକୁ ନିର୍ଦ୍ଧେଶ ଦେଇଛି CMC । ସେହିଭଳି ଭାବରେ ସମସ୍ତ ସପିଂ ମଲ, ଦୋକାନ, ଅନ୍ୟାନ୍ୟ ଷ୍ଟୋର ଗୁଡିକରେ ଗ୍ରାହକ ମାନଙ୍କ ମଧ୍ୟରେ ୨ ମିଟର ବ୍ୟବଧାନ ରଖିବାକୁ ନିର୍ଦ୍ଧେଶ ଦେଇଛି । ସାନିଟାଇଜରରେ ବାରମ୍ବାର ହାତ ଧୋଇବା ସହ ବାହାରେ କିମ୍ବା ସର୍ବସାଧରଣ ସ୍ଥାନରେ ଛେପ ନ ପକାଇବାକୁ ପରାମର୍ଶ ଦେଇଛି CMC । ସମସ୍ତ ସରକାରୀ କର୍ମଚାରୀଙ୍କ ସହିତ ବେସରକାରୀ କର୍ମଚାରୀ ମାନଙ୍କୁ ମଧ୍ୟ କୋଭିଡ କଟକଣା ବାଧ୍ୟତାମୂଳକ କରାଯାଇଛି ।

Leave a Reply

Your email address will not be published.