ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା କାରଖାନା ଠାବ

ଖଇରା, (ନାଗରାଜ ନ୍ୟୁଜ): ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ନିକଟସ୍ଥ ମିର୍ଜାପୁର ଚିଡିୟା ମାରପଦା ରୁ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯଇଛି । ସୂଚନା ଅନୁଯାୟୀ ପୁରୁଣାବଜାର ଥାନା ମିର୍ଜାପୁର ଚିଡିୟା ମାରପଦା ଅଞ୍ଚଳର ସେକ ମୈରାଜ ନାମଙ୍କ ଜଣେ ବ୍ୟକ୍ତି ଏକ ଘରେ ନକଲି ଜ଼ର୍ଦ୍ଦା ତିଆରି କାରଖାନା ଚାଲିଥିବା ଖବର ପ୍ରଥମେ ଭଦ୍ରକ ପୋଲିସ ଜାଣିବାକୁ ପାଇଥିଲା । ତେବେ ପୁରୁଣାବଜାର ପୋଲିସ ପକ୍ଷରୁ ଏକ ଟିମ ସମ୍ପୃକ୍ତ ଅଞ୍ଚଳଟି କୁ ସମ୍ପୂର୍ଣ ଭାବେ ଚଢ଼ାଉ କରିବା ସହିତ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମୀ ଦାମୀ କମ୍ପାନୀର ଡବା ଜବତ କରିଛି । ଯାହା ଫଳରେ କି ଆସାମୀ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଥିବାର ଜଣାପଡ଼ିଛି । ଘଟଣା ସ୍ଥଳରେ ଜବତ ହୋଇଥିବା ନକଲି ଜର୍ଦାର ଆନୁମାନିକ ମୁଲ୍ୟ ପ୍ରାୟ ଏକ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୁରୁଣା ବଜାର ପୋଲିସ ସୂଚନା ଦେଇଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.