ନିଆରା ସଚେତନତା ସୃଷ୍ଟି ଓ ରକ୍ତ ବୀର ସମ୍ମାନ

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀବିଶ୍ବନୟନ ଐଶ୍ବରୀୟ ଟ୍ରଷ୍ଟର ସମ୍ପାଦିକା , କବୟତ୍ରୀ ତଥା ସମାଜସେବୀ ତୃପ୍ତି ପଣ୍ଡା ଙ୍କ ଜନ୍ମ ଦିନରେ ପୁରୀ ସଦର ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସରରେ ଏକ ସ୍ବଛାକୃତ ରକ୍ତଦାନ ଶିବିର ଓ ରକ୍ତ ବୀର ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ପୁରୀ , କଟକ,ଯାଜପୁର ଓ ଖୋର୍ଦ୍ଧ ରୁ ଆସିଥିବା ପାଖାପାଖି ଚାଳିଶି ଜଣ ରକ୍ତଦାତାଙ୍କୁ “ବିଶ୍ବନୟନ ରକ୍ତବୀର ସମ୍ମାନ ” ଓ ଯାଜପୁରର ରକ୍ତ ମାନବ କୁହାଯାଉଥିବା ଶ୍ରୀଯୁକ୍ତ ରାଜେଶ କୁମାର ରାଉତଙ୍କୁ “ସ୍ବତନ୍ତ୍ର ରକ୍ତ ବୀର ସମ୍ମାନ “ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରକୁ ଏଡିଏମଓ ଦେବୀ ପ୍ରସାଦ ମହାପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଶ୍ରୀଯୁକ ଦୀପକ କୁମାର ସାହୁ, ଡ଼କ୍ଟର ପ୍ରଶାନ୍ତ କୁମାର ଦାଶ, ଜାତୀୟ ଉପସଭାପତି  ଫେଡେରେସନ ଅଫ ଇଣ୍ଡିଆନ ବ୍ଳଡ଼ ଡୋନର୍ସ ଅର୍ଗାନାଇଯେସନ୍ସ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଡାକ୍ତର ସୌମ୍ୟକାନ୍ତ ପଣ୍ଡା , ମୋହନ ମହାରଣା , ହିମାଂଶୁ ମହାପାତ୍ର, ଦମନ ମହାନ୍ତି ,ଅମିତା ପଣ୍ଡା,ଟି ଏନ୍ ସଙ୍ଗିତା, ସୁଶାନ୍ତ ସତ୍ ପଥି,ବିନୋଦ ପ୍ରଧାନ,ତପନ ମୁଖାର୍ଜୀ , ତୃପ୍ତି ମୟୀ,ଲିଙ୍ଗରାଜ ପାତ୍ର, ସାସ୍ମଲ୍,ସିମ୍ରନ ଦାସ ,କେଦାର ସ୍ବାଇଁ, ପାଖାପାଖି ଚାଳିଶି ଜଣ ରକ୍ତ ଦାତା ରକ୍ତଦାନ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ବିଶ୍ବନୟନ ଐଶ୍ବରୀୟ ଟ୍ରଷ୍ଟ ର କାର୍ଯ୍ୟକାରୀ ସମ୍ପାଦକ ଡାକ୍ତର ସୌମ୍ୟକାନ୍ତ ପଣ୍ଡା “ବିଶ୍ବନୟନ ରକ୍ତବୀର ସମ୍ମାନ” ପ୍ରଦାନ କରିବା ସହିତ “ସବୁର ବିକଳ୍ପ ପାଇବ ମହୀ, ରକତ ବିକଳ୍ପ ଗଢିନି ବିହି “ର ମହତ୍ବ ଉପରେ ଆଲୋକପାତ କରିଥିଲେ ।ଏହି ଶିବିର ସମୁଦାୟ କୋଡିଏ ୟୁନିଟ୍ ବ୍ଲଡ୍ ସଂଗ୍ରହ କରାଯାଇ ଥିଲା ।

ସମାଜସେବୀ ତୃପ୍ତି ପଣ୍ଡା କହିଛନ୍ତି ଜନ୍ମ ଦିନ ହେଉ ଅବା ବିବାହ ବର୍ଷିକରେ ଏପରି କାର୍ଯ୍ୟକ୍ରମ କରି ସମାଜ ତଥା ସମସ୍ତ ଙ୍କ ମଧ୍ଯରେ ସାମାଜିକ ମନୋଭାବ ,ଭାଇଚାରା ଏବଂ ସଚେତନତା ସୃଷ୍ଟି ହେବା ନିହାତି ଦରକାର । ଆମେ ଓଡିଆ, ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି ତେଣୁ ଆମ ହାବ ଭାବ ରେ ସମର୍ପଣ ଭାବ ରହିବା ଦରକାର । ଉକ୍ତ କାର୍ଯ୍ୟକ୍ରମ ଟିକୁ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.