ବାରବାଟିରେ ଟିକେଟ ବିକ୍ରି ଲାଗି ଲାଗିଛି ଭିଡ

କଟକ, (ନାଗରାଜ ନ୍ୟୁଜ): ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ପାଇଁ ଆଜି ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବାବେଳେ, ଗତକାଲି ରାତିରୁ ଖେଳପ୍ରେମୀ ଉତ୍ସାହର ସହ ରାତି ଅନିଦ୍ରା ହୋଇ ଲମ୍ବା ଧାଡ଼ିରେ ଛିଡା ହୋଇଛନ୍ତି । ଷ୍ଟାଡିୟରେ ୪୪, ୨୩୪ଜଣ ଦର୍ଶକ ଏହି ମ୍ୟାଚ ଦେଖିବେ । ଚଳିତବର୍ଷ ୧୮% ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି । ଗ୍ୟାଲେରୀ ନଂ ୧,୩,୫ ପାଇଁ ଟିକେଟ ଦର ୯୦୦ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରୀ ନଂ ୨ ଓ ୪ ପାଇଁ ୭୦୦ଟଙ୍କା, ୭ ନଂ ଗ୍ୟାଲେରୀ ଦର ୬୦୦ଟଙ୍କା, ହୋଇଥିବା ବେଳେ ଓସିଏ ଖେଳାଳି ମାନଙ୍କ ପାଇଁ ଉଦ୍ଦିଷ୍ଟ ୬ନ ଗ୍ୟାଲେରୀ ଦର ୩୦୦ଟଙ୍କା । ସ୍ପେସିଆଲ ଏନ୍-କ୍ଲୋଜର ପାଇଁ ୫୦୦୦ଟଙ୍କା, ଏସି ବକ୍ସ ପାଇଁ ୭୦୦୦ଟଙ୍କା, ନିୟୁ ପାଭିଲିୟନ ପାଇଁ ୮୦୦୦ ଟଙ୍କା ଓ କର୍ପୋରେଟର ବକ୍ସ ପାଇଁ ୧୨, ୦୦୦ଟଙ୍କା ଧାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published.