ଶ୍ରୀରାମଚଦ୍ର ମେଡିକାଲରେ ରୋଗୀ ଭିଡ, ଡାକ୍ତର ଗାୟବ

 

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ରୋଗୀଙ୍କ ଭିଡ ଥିବାବେଳେ ଡାକ୍ତରଙ୍କ ଦେଖା ନାହିଁ । ଯାହା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଆଜ୍ଞା ଏଭଳି ଦୃଷ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ର ପୁର ମେଡିକାଲରେ । ଦିନ ୧୦ଟା ବେଳୁ ରୋଗୀମାନଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଡ଼କ୍ଟରଙ୍କ ଦେଖା ନାହିଁ । ଦୂର ଦୁରାନ୍ତରୁ ରୋଗୀ ଆସି ହନ୍ତସନ୍ତ । କରୋନାର ଏହି ବିଷମ କାଳରେ ବହୁ ଡାକ୍ତର ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବା କରୁଥିବା ବେଳେ, ଏଠି କିନ୍ତୁ ଓଲଟା ରୋଗୀ ସେବା ପାଇଁ ଡାକ୍ତରଙ୍କ ଦେଖା ନାହିଁ । ଯାହା ପାଇଁ ଆସିଥିବା ରୋଗୀମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଏଭଳି ପରିସ୍ଥିତି କିପରି ଆଗକୁ ସୃଷ୍ଟି ନହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

Leave a Reply

Your email address will not be published.