ଦୂର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ କଟକ କମିଶନରେଟ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କଟକ,(ନାଗରାଜ ନ୍ୟୁଜ): ଦୂର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ କଟକ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଜୋର ଜବରଦସ୍ତ ବା ବେଆଇନ ଭାବେ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ ।ଅଭିଯୋଗ ଗ୍ରହଣ ପାଇଁ ଦୁଇଟି whats aap ନମ୍ବର ଜାରି କଲା ପୋଲିସ ।ନମ୍ବର ଦୁଇଟି ହେଲା 6370701550 ଓ 8763068464 । ଆପଣଙ୍କ ଟିଭି ସ୍କ୍ରୀନ ଉପରେ ଚାଲୁଥିବା ଥିବା ଏହି ଦୁଇ ମୋବାଇଲ ନମ୍ବରକୁ  ଠିକ ଭାବରେ ଟିପି ରଖନ୍ତୁ । ଅପରାଧ ଦେଖିଲେ ଏହି ନମ୍ବର ରେ ଜଣାଇବେ କଟକ କମିଶନରେଟ ପୋଲିସକୁ ।ବିଶୃଙ୍ଖଳାକାରୀଙ୍କ ପାଇଁ ଏହା ହେବ ସତର୍କ ଘଣ୍ଟି । ଚଳିତ ବର୍ଷର ଦୂର୍ଗାପୂଜାକୁ ଶୃଙ୍ଖଳିତ କରିବା ପାଇଁ କଟକ କମିଶନରେଟ ପୋଲିସ ତତ୍ପରତା । ବେଆଇନ ଚାନ୍ଦା ଆଦାୟ  ହେଉ ଅବା ଗଣ୍ଡଗୋଳ ହେଉ । ଏହି ନମ୍ବରରେ ଖବର ଦେଲେ ହେବ ତୁରନ୍ତ କଯ୍ୟାନୁଷ୍ଠାନ । ସବୁଠାରୁ ବଡ଼ କଥା ହେଲା ଅଭିଯୋଗକାରୀଙ୍କ ନାମ ଗୋପନ ରଖିବ ପୋଲିସ ବୋଲି କହିଛନ୍ତି କଟକ ଡ଼ିସିପି।

Leave a Reply

Your email address will not be published.