ଭୁଆସୁଣୀ ଅଳିଆ ଆବର୍ଜନା ପଡ଼ିବାକୁ ନେଇ ବିଏମସି କାର୍ଯ୍ୟାଳୟରେ ଦାରୁଠେଙ୍ଗ ଓ ମହାନଗର ନିଗମ ପକ୍ଷରୁ ଆଲୋଚନା

ଚନ୍ଦକା,(ନାଗରାଜ ନ୍ୟୁଜ): ଭୁବନେଶ୍ବର ମହାନଗର ନିଗମ ଓ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ସ୍ତରରେ ଏକ ଜରୁରି କାଳୀନ ବୈଠକ ବି ଏମ୍ ସି କାର୍ଯାଳୟ ରେ ଦିନ ବାରଟା ସମୟରେ ଅନୁଷ୍ଟିତ ହେଉଥିଲା | ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ବିଧାୟକ ସୁରେଶ କୁମାର ରାଉତରାୟ. ପୋଲିସ ଡିସିପି ପ୍ରତିକ ସିଂହ. ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ.ବ୍ଲକ ଉପାଧ୍ୟକ୍ଷ ଅଜିତ୍ କୁମାର ଶ୍ରୀଚନ୍ଦନ. ସମ୍ପାଦକ ତପନ ବଳିଆରସିଂହ. ସମେତ ଗ୍ରାମ ବାସି ଉପସ୍ଥିତ ରେ ଅଳିଆ ଆବର୍ଜନା ପଡ଼ିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ | ପ୍ରଥମେ ସରପଞ୍ଚ ଅଳିଆ ଉପରେ ଆଲୋଚନା କରିଥିଲେ |ପ୍ରସ୍ତାବ ଏକ ଅଳିଆ ଆବର୍ଜନା ପଡ଼ିବାକୁ ମହାନଗର ନିଗମ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ | ପ୍ରସ୍ତାବ ଦୁଇ ପାଇଥିବା ଅଳିଆ ଭୁଆସୁଣୀରୁ ଶିଘ୍ର ଉଠାଇବା ସହ ସେହି ଜାଗାକୁ ଗଛ ଲଗାଇ ପୁର୍ବ ଅବସ୍ତାକୁ ଫେରାଇଆଣୁ | ମୃତ ରେଶବ ପରିବାରକୁ କ୍ଷତିପୂରଣ ପଚାଶ ଲକ୍ଷ ଦେଉ | ଏସବୁ କୁ ଆଲୋଚନା କୁ ନିଆଯାଉ ବୋଲି ଗ୍ରାମ ବାସି ସରପଞ୍ଚ ମାଧ୍ୟମରେ ଲିଖିତ ଭାବରେ ଆଲୋଚନା କରିଥିଲେ | ବି ଏମ୍ ସି କମିଶନର ଭରଚୁଆଲରେ ଅଲୋଚନା ରେ ଅଂଶ ଗ୍ରହଣ କରିଥିଲେ |

ଅଳିଆ ଆବର୍ଜନା ନ ପକାଇ ଦେବାକୁ ଗ୍ରାମ ବାସି ମାନେ ମନା କରିଦେଲେ | ଶେଷରେ ମେୟର ମାଡାମ ଗ୍ରାମ ବାସି ମାନକୁ ବହୁ ନିବେଦନ କରିଥିଲେ ଏବଂ ପ୍ରତିସ୍ତୁତି ଦେଇଥିଲେ ଆମକୁ ନ ମାସ ପର୍ଯ୍ୟନ୍ତ ଅଳିଆ ପକାଇବାକୁ ଦିଅନ୍ତୁ | ଭୁବନେଶ୍ବର ମହାନଗର ନିଗମ ରେ ବର୍ତମାନ 32 ମସିସି କାର୍ଯ୍ୟକରୁଛି | ଆଉ ଛଅଟି କାର୍ଯ୍ୟ କିଛି ଦିନ ସମୟରେ ଆରମ୍ଭ ହେବ | ଏବଂ ପ୍ରତ୍ୟକ ୱାର୍ଡ଼ ରେ ଆଉ ତିରିଶଟି ମସିସି ଲାଗିବ ଯାହା ସହର ରୁ ବାହାରୁ ଥିବା ଅଳିଆକୁ ଏହିଠାରେ ରିସାଇକେଲିଗ ହୋଇ ଖତ ବାହାରିବ | ସେଥିପାଇଁ ଆମକୁ ନ ମାସ ମଧ୍ୟରେ ସବୁ କାର୍ଯ୍ୟ କରିବାକୁ ପଡ଼ିବ | ଆମକୁ ଆପଣ ମାନଂକ ସହଯୋଗ କାମନା. କରୁଛୁ | ଗ୍ରାମ ବାସି ଉପସ୍ଥିତରେ ସରପଞ୍ଚ କହିଥିଲେ ଆପଣ ମାନେ ଆମକୁ ଏକ ଲିଖିତ ପ୍ରସଙ୍ଗ ଦିଅନ୍ତୁ |ଆମେ ଗ୍ରାମରେ ଆଲୋଚନା କରି ଜଣାଇବୁ ଆପଣ କୁ ଆସନ୍ତା ସୋମବାର ଦିନ ସାଧ୍ୟରେ ଜଣାଇବୁ |ସେ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ଭୁଆସୁଣୀକୁ ଗଡିବ ନାହିଁ |

Leave a Reply

Your email address will not be published.