ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନ ନିଜ ଜମି ମଧ୍ୟଦେଇ ଟ୍ରାକ୍ଟରକୁ ନଛାଡିବାରୁ ଜନୈକ ଜମି ମାଲିକକୁ ମରଣାନ୍ତକ ଆକ୍ରମଣ । ୧୦୮ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ । ଖବର ସଂଗ୍ରହରୁ ଜଣାଯାଇଛି ଯେ ସିଂଲା ଥାନା ଅନ୍ତର୍ଗତ ବିସିକାଦେଇପୁର ଗ୍ରାମର ଇନ୍ଦ୍ରଜିତ ପଟ୍ଟାୟତଙ୍କର ଗୁମୁଣ୍ଡିଆ ଠାରେ ଚାଷଜମି ଅଛି । ବିଲମଝିଦେଇ ଧାନ ଟ୍ରାକ୍ଟର ନେବାକୁ ଇନ୍ଦ୍ରଜିତ ବାରଣ କରିଥିଲେ କାରଣ ଏହା ଦ୍ବାରା ତାଙ୍କ ଜମି ଗଭୀର ହୋଇ ଯାଉଛି । ଫଳରେ ଧାନ ମାଲିକ ବୃନ୍ଦା ଦଳେଇ ତାଙ୍କ ସ୍ତ୍ରୀ, ପୁଅର ବହୁ ଓ ଟ୍ରାକ୍ଟର ଡ଼୍ରାଇଭର ପ୍ରଦୀପ ବେହେରା ମିଳିତ ଭାବେ ଇନ୍ଦ୍ରଜିତର ଛାତି, ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ଗୋଇଁଠା ଏବଂ ବିଧା ଦ୍ବାରା ଆକ୍ରମଣ କରିଥିଲେ । ମିଳିତ ଆକ୍ରମଣରେ ସେଠାରେ ସେ ଅଚେତ ହୋଇ ଯାଇଥିବା ବେଳେ ତାଙ୍କ ସାନଭାଇ ଖବର ପାଇ ୧୦୮ ଆମ୍ବୁଲାନ୍ସ ଡକାଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିବା ଜଣାଯାଇଛି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ