ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ଦାବି

କଟକ,(ନାଗରାଜ ନ୍ୟୁଜ): ସହରରେ ପରିଚାଳିତ ହେଉଥିବା ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ଟେଲମା ବ୍ୟତୀତ ଅନ୍ୟ କୌଣସି ଔଷଧକୁ ନକଲି କରି ବିକ୍ରି ହେଉଛି ନା ନାହିଁ ତାହା ଜାଣିବା ଲାଗି ତଦନ୍ତ ଦାବି ହୋଇଛି । ନକଲି ଔଷଧ ଉତ୍ପାଦନକାରୀଙ୍କୁ ଠାବ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଧାରାରେ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି ।ମାମଲାରେ ସିବିଆଇ,ରାଜ୍ୟ ମୁଖ୍ୟ ଶାସନ ସଚିବ,ଗୃହ ସଚିବ, ସ୍ୱାସ୍ଥ୍ୟ ବିଭାଗ,କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । କଟକର ଦୁଇ ଜଣ ଷ୍ଟକିଷ୍ଟ ଉଚ୍ଚ ରକ୍ତଚାପ ପାଇଁ ବହୁଳ ଭାବେ ବ୍ୟବହାର ହୋଉଥିବା ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ ଗ୍ଲେନମାର୍କର ତିନିଟି ଔଷଧ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିବା ଜଣା ପଡ଼ିଥିଲା

Leave a Reply

Your email address will not be published.