ପକ୍କା ସଡକ ନିର୍ମାଣ ନେଇ ଦାବି

ବଲାଙ୍ଗୀର, (ଦୁର୍ଯ୍ୟୋଧନ ବର୍ଗେ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ କେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଠୁଁ ବିନ୍ଧନପଦର ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ହୋଇ ନାହିଁ । ବହୁ ବର୍ଷର ବ୍ୟବଧାନ ପରେ ମାଟି, ରୁଗୁଡି କାମ ଏହି ରାସ୍ତା ଉପରେ ହୁଏ । ଚଳିତ ବର୍ଷ ମଧ୍ୟ ଅତି ନିମ୍ନ ମାନର କାମ ଓ ଅସମତୁଳ ଯୋଗୁଁ ଟିକେ ବର୍ଷା ପଡ଼ିଲେ କାଦୁଅ ମଚମଚ, ଏହି ରାସ୍ତା ଦେଇ ଅତି ଜରୁରୀ କାଳୀନ ସେବା ମଧ୍ୟ ବହୁତ କଷ୍ଟ ସାଧ୍ୟ ହେଉଅଛି । ମାଟି ଓ ମୁରୁମ କାର୍ଯ୍ୟ କରିଥିବା ଠିକାଦାରକୁ ଅଭିଯୋଗ କରିବାରୁ ସାମ୍ବାଦିକ ଉପରକୁ ନାଲିଆଖି ଦେଖାଇ ଧମକ ଦେଉଛନ୍ତି । ଏଣୁ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଶୀଘ୍ର ପକ୍କା ସଡ଼କ ନିର୍ମାଣ କରିବା ପାଇଁ ପ୍ରଶାସନ ଆଗରେ ଦାବି ଜଣାଇଛନ୍ତି ।

Leave a Reply

Your email address will not be published.