ପୁରୀରେ ରାସ୍ତା ମରାମତି ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦାବି

ପୁରୀ,(ନାଗରାଜ ନ୍ୟୁଜ): ପୁରୀରେ ୨ ରୁ ୩ ଦିନ ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି । ଏଥିରୁ ଜଣାପଡୁଛିଯେ, ପୁରୀରେ କିଭଳି ଉନ୍ନତ ମାନର କାମ ହେଉଛି । ପୁରୀର ଏକ ସମ୍ବେଦେନ ରାସ୍ତା ନବକଳେବର ରାସ୍ତା । ଦୀର୍ଘ ବର୍ଷ ହେବ ଖରାପ ଅବସ୍ଥାରେ ଅଛି । ବାରମ୍ବାର ଅନୁନ୍ନତ ମାନର ମରାମତି ଯୋଗୁ ରାସ୍ତା ମରାମତି ହୋଇ ମଧ୍ୟ ଅଠରନଳା ରାସ୍ତାରୁ ମାଟିଆପଡ଼ା ପର୍ୟ୍ୟନ୍ତ ଢିପ ଖାଲରେ ଭର୍ତି ହୋଇ ରହିଥିଲା । ତଥାପି ପୁରୀ ଲୋକଙ୍କ ଆଶା ଥିଲା ସରକାର ଚଳିତବର୍ଷ ରଥଯାତ୍ରା ପୂର୍ବରୁ ରାସ୍ତା ସମ୍ପୂର୍ଣ୍ଣ ନିର୍ମାଣ କରିବେ । କିନ୍ତୁ ରଥ ପୂର୍ବରୁ ରାସ୍ତାରେ ଅଲଗା କାମ କରି ରାସ୍ତାକୁ ଆହୁରି ଖୋଳି ଦେଇ ସେପରି ପକାଇଦେଇଛନ୍ତି । ଏହିଭଳି ମୁଖ୍ୟ ରାସ୍ତାରେ ଯେଉଁଠି ପୁରୀରୁ ପ୍ରତିଦିନ ୧୦୦ ରୁ ଉର୍ଦ୍ଧ ବସ ଚଳାଚଳ କରୁଥିବାବେଳେ ସ୍କୁଲ ପିଲା ଏବଂ ଅନ୍ୟାନ୍ୟ ଗାଡ଼ି ଯାତାୟାତ ହେଉଛି । ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ୨ ରୁ ୩ ଫୁଟ ଥିବା ବେଳେ ବଡ଼ ବଡ଼ ଗୋଡ଼ି ରାସ୍ତାରେ ପଡ଼ିଛି । ଯାହାଦ୍ବାରା ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ବେଳେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି । ପୁରୀରେ ପୌରନିର୍ବାଚନ ନକରି ଜନପ୍ରତିନିଧି ନରଖି ଲୋକଙ୍କୁ ପ୍ରଶାସନ ଏଭଳି ବିପଦ ଅବସ୍ଥାରେ ଛାଡ଼ିଦେବା ପୁରୀ ବାସୀଙ୍କୁ ଅସହାୟ ଅନୁଭବ ହେଉଛି । ଲୋକଙ୍କ ଅଭିଯୋଗ କ୍ରମେ ଆମ୍ ଆଦ୍‌ମୀ ପାର୍ଟି ପ୍ରତିନିଧି ରାସ୍ତା ବୁଲି ଦେଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବଂ ଆସନ୍ତା ଅଗଷ୍ଟ ୧୫ ପୂର୍ବରୁ ଏହି ରାସ୍ତା ସଂପୂଣ୍ଣ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଯଦି ସମୟସୀମା ମଧ୍ୟରେ ରାସ୍ତା କାମ ଶେଷ ନହୁଏ ତେବେ ଆମ୍ ଆଦ୍‌ମୀ ପାର୍ଟି ପୁରୀ ବାସୀଙ୍କ ସ୍ବାର୍ଥ ଏବଂ ସୁରକ୍ଷା ପାଇଁ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

Leave a Reply

Your email address will not be published.