ବ୍ରହ୍ମଗିରି ବିକାଶ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ,(ନାଗରାଜ ନ୍ୟୁଜ):ବ୍ରହ୍ମଗିରି ଅଞ୍ଚଳ ର ବିକାଶ ପାଇଁ ବ୍ରହ୍ମଗିରି ବିକାଶ ମଞ୍ଚ (B. B.M)ପକ୍ଷ ରୁ ଆଜି ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ମଞ୍ଚ ର ଆବାହକ କୈଳାସ ପରିଡା ଙ୍କ ନେତୃତ୍ୱ ରେ ପ୍ରଦାନ କରାଯାଇଛି | ଶ୍ରୀଅଲାରନାଥ ମନ୍ଦିର ବିକାଶ ପାଇଁ 5ଟି ସଚିବ ଙ୍କ କାର୍ଯ୍ୟ କୁ ପ୍ରଶଂସା କରାଯିବା ସହ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ଦାବୀ କରିଥିଲେ | ପୁରୀ -ସାତପଡ଼ା ରାସ୍ତା ରେ ଗାଈଗୋରୁ ଚଳପ୍ରଚଳ ବନ୍ଦ କରି ଗୋଶାଳା ଖୋଲାଯାଉ |ବନ୍ୟା ରେ ପ୍ରଚୁର କଲିକତିଦଳ ରତ୍ନଚିରା, ଭାର୍ଗବୀ, ଲୁଣା ନଦୀ ରେ ରହି ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି | ଏହାକୁ ସଫା କରାଯାଉ |ବନ୍ୟା ରେ ଚାଷି ଙ୍କୁ କ୍ଷୟକ୍ଷତି ଦିଆଯାଉ | ବଲିହରଚଣ୍ଡୀ ମନ୍ଦିର ର ଉନ୍ନତି ଓ ଚାରିପଟ ଉନ୍ନତି କରାଯାଉ |ଦାବିପତ୍ର ଦେବାସମୟରେ ଯୁବନେତା ଶକ୍ତି ପ୍ରସାଦ ପ୍ରଧାନ, ପ୍ରଦୀପ ପଲାଇ, ସତ୍ୟବ୍ରତ ବେହେରା, ସୂର୍ଯ୍ୟକାନ୍ତ ଦଳାଇ, ଜିତେନ୍ଦ୍ର ବେହେରା, ବିଦ୍ୟାଧର ମାଣିଆ, ଦେବାଶିଷ ଦଳାଇ, ସୁକାନ୍ତ ପ୍ରଧାନ ଓ ସଂଗ୍ରାମ ବାରିକ ପ୍ରମୁଖ ଯୋଗ ଦେଇଥିଲେ

Leave a Reply

Your email address will not be published.