ରାସ୍ତା ମରାମତି ନିମନ୍ତେ ବଡିଓଙ୍କୁ ଦାବିପତ୍ର

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଭାଟପଡାର ରାସ୍ତାର ଅବସ୍ଥା ଶୋଚନୀୟ । ବାତ୍ୟା ୟାସ୍ ପରଠାରୁ ରାସ୍ତାର ଅବସ୍ଥା କଥା ନକହିବା ଭଲ । ଯାହାଦ୍ୱାରା ଗ୍ରାମରେ ବସବାସ କରୁଥିବା ପ୍ରାୟ ୫୦୦ ଗ୍ରାମବାସୀ ଓ ୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିବାଦରେ ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ମିଳିମିଶି ରାସ୍ତା ନିର୍ମାଣ ନିମନ୍ତେ ଖଇରା ତହସିଲଦାରଙ୍କ ଜରିଆରେ ଖଇରା ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ କେବେ ସୁଧୁରିବ ଭାଟପଡା ରାସ୍ତାର ସମସ୍ୟା ଏହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.