ଶ୍ରୀମନ୍ଦିରକୁ ଟଙ୍କା ସହ ରୁପା ଥାଳି ଦାନ କଲେ ଭକ୍ତ

ପୁରୀ, (ନାଗରାଜ ନ୍ୟୁଜ ): ବାଲେଶ୍ୱର ଅଞ୍ଚଳର ଜଣେ ଅବସର ପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ଦଶ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ୟ୍ୟାଳୟଠାରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ଭେଟି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କା ଦାନଦେଇଛନ୍ତି । ସେହିପରି ପୁରୀ ଗଜପତି ନଗର ନିବାସୀ ଶ୍ରୀମତୀ କଳ୍ପନା ପାଢ଼ୀ ଏବଂ ତାଙ୍କ ପରିବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୪ କେଜି ୬୫୩ ଗ୍ରାମ ଓଜନର ତିନି ଗୋଟି ରୁପା ଥାଳି ଦାନ କରିଛନ୍ତି । ଉକ୍ତ ବଦାନ୍ୟ ବ୍ୟକ୍ତିଙ୍କୁ ଉନ୍ନୟନ ପ୍ରଶାସକ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନୀତ କରିଥିଲେ ।

Leave a Reply

Your email address will not be published.