ଦଶମାଣ ପାଟଣାରେ ସ୍କୁଲ ପରିଚାଳନା କମିଟି ଓ ଜମି ବିବାଦକୁ ନେଇ ଅସନ୍ତୋଷ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଯାଜପୁର ସୀମାନ୍ତ କୁ ଲାଗିରହିଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ l ପ୍ରଥମ ରୁ ଅଷ୍ଟମ ଛାତ୍ର ଛାତ୍ରୀ ସଂଖ୍ୟା ୨୩୪ l ଶିକ୍ଷକ ଶିକ୍ଷୟତ୍ରୀଙ୍କର ଅଭାବ ନାହିଁ l କିନ୍ତୁ ଅଭାବ ରହିଯାଇଛି ସମୟାନୁବର୍ତ୍ତିତା l ଏ ବିଦ୍ୟାଳୟର ଅବିଭାବକ କମିଟି ଦୀର୍ଘଦିନ ହେଲା ନାହିଁ l ନାହାନ୍ତି ଗଣିତ ଓ ବିଜ୍ଞାନ ଶିକ୍ଷକ l ଯେଉଁ ସ୍ଥାନରେ ବିଦ୍ୟାଳୟ ଟି ୧୯୭୨ମସିହା ରୁ ଦଣ୍ଡାୟମାନ l ୫୦ବର୍ଷ ଅତିବାହିତ ହେଇଥିଲେବି ବିଦ୍ୟାଳୟ ନାମରେ ନାହିଁ ପଟ୍ଟା l ଯାହା ସୂଚନା ଅଧିକାର ଆଇନ ବଳରେ ଜଣାଯାଇଛି | ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଏତେ ବର୍ଷର ଅନୁଷ୍ଠାନ କିପରି ନାହିଁ ନାହିଁ ରେ ଚାଲୁଛି  l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.