ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଶିକ୍ଷା ହେଉଛି ଜୀବନର ମାନଦଣ୍ଡ । ଶିକ୍ଷାର ବିକାଶ ବ୍ଯକ୍ତି ତଥା ସମାଜର ଉନ୍ନତି । ସରକାର ସଦାସର୍ବଦା ଶିକ୍ଷାର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଦ୍ୟାଳୟ ପ୍ରତି କିପରି ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ବଢିବ ଅର୍ଥାତ୍ ଛାତ୍ରଛାତ୍ରୀ ମାନେ କିପରି ଆଗ୍ରହୀ ହେବେ ସେଥିପାଇଁ ସରକାର ମଧ୍ୟାହ୍ନ ଭୋଜନ ଓ ପୋଷାକ ଭଳି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ଏବଂ କରୁଛନ୍ତି ମଧ୍ୟ । ସେହି ପରିପ୍ରେକ୍ଷୀରେ ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ପଳସା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନାଙ୍କ ଦ୍ବାରା ପୋଷାକ ବଣ୍ଟନ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମନରଞ୍ଜନ ସାହୁ ଓ ସିଆରସିସି ଭାଗବତ ଦାସ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ୟର ବହୁ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେପରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟରେ ପଢୁଥିବା ମୋଟ ୬୪ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ପୋଷାକ ବଣ୍ଟନ କାର୍ଯ୍ଯରେ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ଅତିଥି ମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.