ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ଶିବିର ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଶିଶୁ ଶ୍ରମିକ ଏକ ସାମାଜିକ ବ୍ୟାଧି ତେଣୁ ସାମାଜିକ ସ୍ତରରେ ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଦରକାର।ଶିଶୁ ମାନଙ୍କୁ ଶ୍ରମିକ ଭାବରେ ବ୍ୟବହାର କରିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ।ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ମାନସିକ ସ୍ତରରେ ବିକାଶ ହେବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି। ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ) ଆଇନ କାର୍ଯ୍ୟକାରୀ କରି ଶିଶୁ ମାନଂକୁ ଶ୍ରମିକ ଭାବରେ ବ୍ୟବହାର କରି ଆସୁଥିବା ସଂସ୍ଥା ଏବଂ ବ୍ୟକ୍ତିମାନ ଙ୍କ ର ବିରୁଦ୍ଧରେ ଆଇନ ଗତ ବ୍ୟବସ୍ଥା ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚୟନୀ ଗୁରୁତ୍ବ ଆରୋପ କରିଛନ୍ତି।କଟକ ବାରବାଟି ସ୍ଥିଥ ବାରବାଟି ପାଲେସ ଠାରେ ଆଜି ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିରକୁ କଟକ ଜିଲ୍ଲା ପାଳ ଉଦଘାଟନ କରି କହିଲେ ଶିଶୁ ମାନେ ସମାଜର ଏକ ମୂଲ୍ୟବାନ ସମ୍ପଦ ଆଜିର ଶିଶୁ ଆଗାମୀ ଦିନରେ ଭବିଷ୍ୟତ ତେଣୁ ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ଏକ ଜନ ସଚେତନତା ସୃଷ୍ଟି ଉପରେ ଜିଲ୍ଲା ପାଳ ଶ୍ରୀ ଚୟନି ମତ ବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ଶ୍ରମ ପ୍ରସନ୍ନ କୁମାର ପ୍ରଧାନ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।ଯୁଗ୍ମ ଶ୍ରମ କମିଶନର ମଦନ ମୋହନ ପାଇକା, ସି ଡବ୍ଲୁ ସି ର ଅଧ୍ୟକ୍ଷ ଅମୀୟ ଭୂଷଣ ବିଶ୍ଵାଳ, ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଅତିରିକ୍ତ ଏସ ପି କୃଷ୍ଣ ଚନ୍ଦ୍ର ସାହୁ, ଏହି କାର୍ଯ୍ୟ କ୍ରମରେ ଅତିଥି ଭାବେ ଯୋଗ ଦେଇ କହିଲେ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କତା ରହିବା ଦରକାର ୧୪ ବର୍ଷ ରୁ କମ ବୟସର ଶିଶୁଙ୍କୁ କାମରେ ଲଗାଇବା ଦଣ୍ଡନୀୟ ଅପରାଧ।ଶେଷରେ ସୁଶ୍ରୀ ସଂଗୀତା ପଣ୍ଡା ଧନ୍ୟବାଦ୍ ଦେଇ ଥିଲେ।

Leave a Reply

Your email address will not be published.