ଆପ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ

କଟକ,(ନାଗରାଜ ନ୍ୟୁଜ): କଟକ ସ୍ଥିତ ଟାଉନ ହଲ ଠାରେ ଆପ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ କଟକ ଜିଲ୍ଲାର ର ବିଭିନ୍ନ ସ୍ଥାନରୁ ଆସିଥିବା ଆମ୍ ଆଦମୀ ପାର୍ଟି ର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ। ଓଡିଶା ରେ ଆପ ର ସ୍ଥିତି କୁ ମଜଭୁତ କରିବା ପାଇଁ ଏହି ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା ।ଓଡ଼ିଶାରେ ଦିଲ୍ଲୀ ମଡେଲ ଆଣିବା ପାଇଁ ଆପ ଓଡ଼ିଶା ରେ ରାଜ୍ୟ ସମ୍ମିଳନୀ କରିସାରିଛି । ତେଣୁ ଏହି ପରିପ୍ରେକ୍ଷୀରେ ଆପ ର ଜିଲ୍ଲା ସମ୍ମିଳନୀ ର ଆୟୋଜନ କରାଯାଇଛି । ସମ୍ମିଳନୀ ରେ ଆପ ଜିଲ୍ଲା ଆବାହକ ଦୂର୍ଗା ପ୍ରସାଦ ପରିଡା ନେତୃତ୍ବ ନେଇଥିଲେ।। ପର୍ଯ୍ୟବେକ୍ଷକ ଭାବରେ ରାଜ୍ୟ ସମ୍ପାଦକ ସୌମ୍ୟରଞ୍ଜନ ସ୍ବାଇଁ ଓ ରାଜ୍ୟ ପ୍ରବକ୍ତା ଅଜୟ କୁମାର ପତି ଙ୍କ ସମେତ ଆପର ଶତାଧିକ କର୍ମୀ ସମ୍ମିଳନୀରେ ଉପସ୍ଥିତ ରହିଥିଲେ।। ଆଗାମୀ ଦିନରେ ଓ୍ବାର୍ଡ ସ୍ତରରେ ସଂଗଠନ କୁ ମଜବୁତ କରାଯିବା ପାଇଁ ଚେଷ୍ଟା କରାଯିବ ବୋଲି ଆପ ର ପ୍ରବକ୍ତା ସବ୍ୟସାଚୀ ମହାନ୍ତି କହିଛନ୍ତି ।

Leave a Reply

Your email address will not be published.