ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ଯବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଆଗାମୀ ଦିନରେ କିପରି ପ୍ରାକୃତିକ ବିପର୍ଯ୍ୟୟକୁ ସୂଚାରୁ ରୂପେ ମୁକାବିଲା କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଆହୁରି ମଧ୍ୟ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର କାର୍ଯ୍ୟଭାର ଗ୍ରହଣ କରିବା ଠାରୁ ୧୯୯୯ ମସିହା ମହାବାତ୍ୟା ଓ ପରବର୍ତୀ ସମୟରେ ବନ୍ୟା-ବାତ୍ୟାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହିତ ମୁକାବଲା କରିବାରେ ଓଡ଼ିଶା ସକ୍ଷମ ହୋଇପାରିଛି । ବିପର୍ଯ୍ୟୟ ଯେ କୌଣସି ସମୟରେ ଆସିପାରେ ଏଣୁ ଆମେ ସମସ୍ତ ସ୍ତରରେ ଅଧିକ ସଚେତନ ହୋଇ ସମନ୍ୱୟ ରକ୍ଷା କରି ପ୍ରସ୍ତୁତ ରହିବା ଆବଶ୍ୟକ । ବାତ୍ୟା କିମ୍ବା ଲଗାଣ ବର୍ଷା ପୂର୍ବରୁ କିପରି ସମସ୍ତ ଡ୍ରେନ୍ ଗୁଡିକୁ ସଫା ଓ ମରାମତି କରି ଜଳ ନିଷ୍କାସନ କରାଯିବ ସେ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ ମହୋଦୟ ।

ଉକ୍ତ ସଭାରେ ମାନ୍ୟବର ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ବର ବିଧାୟକ ଅଶ୍ୱନି ପାତ୍ର, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.