ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ୟ୍ୟ ଯୋଗଦେଇ ଜଙ୍ଗଲ ଓ ବନ୍ୟ ପ୍ରାଣୀ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡା ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବେ ଖଇରା ତହସିଲଦାର ମହେନ୍ଦ୍ର ପ୍ରସାଦ ବେହେରା, ବିଡ଼ିଓ ପର୍ଶୁରାମ ପଣ୍ଡା ଓ ଅବସରପ୍ରାପ୍ତ ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ ପ୍ରମୁଖ ଯୋଗ ଦେଇ ଜଙ୍ଗଲରେ ଖାଦ୍ୟ ଓ ଖାଦକ ରହିବାର ଆବଶ୍ୟକତା ଅଛି ଯାହାଦ୍ୱାରା ପରିବେଶ ସନ୍ତୁଳନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଉପଖଣ୍ଡ ସ୍ତରରେ ମନରଞ୍ଜନ ଦାସଙ୍କୁ ବିଜୁପଟ୍ଟନାୟକ ପୁରସ୍କାର ୫ହଜାର ଟଙ୍କା, ଠେଙ୍ଗା ପିଆଶାଳ ବନସୁରକ୍ଷା ସମିତି ନୀଳଗିରିକୁ ୨୦ହଜାର ଟଙ୍କା ଓ ଜଳେଶ୍ୱରର ଲୁହାପଡା ବନସୁରକ୍ଷା ସମିତିକୁ ୨୦ ହଜାର ଟଙ୍କା ଓ ପ୍ରମାଣ ପତ୍ର ସହିତ ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷାରେ ଉଲ୍ଲେଖନୀୟ କାର୍ୟ୍ୟପାଇଁ ପାଇଁ ପୁରସ୍କୃତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସହକାରୀ ବନସଂରକ୍ଷକ ସୁଷାନ୍ତ କୁମାର ଜେନା, ଶରତ କୁମାର ବେହେରା, ତପନ କୁମାର ପରିଡ଼ା, ସୋର ରେଞ୍ଜ ଅଧିନ ଔପଦା ରେଞ୍ଜର ବବିତା ସୋରେନ, କୁପାରୀ, କୁଲଢ଼ିଆ, ଜଳେଶ୍ୱର, ଚାନ୍ଦିପୁର, ନୀଳଗିରି କୁପାରୀ ଫରେଷ୍ଟର ତପନ କୁମାର ସିଂ ଓ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ କୁପାରୀ ବନରକ୍ଷକ ସଞ୍ଜୟ କୁମାର ମହାନ୍ତିଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ସଭାରେ ପାରଳାଖେମୁଣ୍ଡିର ସହକାରୀ ବନସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published.