ଜିଲ୍ଲା ରେଡକ୍ରସ ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ରେଡକ୍ରସ ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିବା ସହ ଆଗାମୀ ରଥଯାତ୍ରାରେ ରେଡକ୍ରସ ଲୋକ ମାନଙ୍କ ସେବାରେ ଯେପରି ଅଧିକ ନିୟୋଜିତ ହୋଇପାରିବ ସେଥିପାଇଁ ସଦସ୍ୟ ମାନେ ଖସଡ଼ା ପ୍ରସ୍ତୁତ ସହ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ରଥଯାତ୍ରା ଏକ ବ୍ୟାପକ କାର୍ଯ୍ୟ। ଏଥିରେ ସମସ୍ତ ଙ୍କ ସକ୍ରିୟ ସହଯୋଗ ଏକାନ୍ତ ଆବଶ୍ୟକ। ତେଣୁ ରେଡକ୍ରସ ଭଳି ବିଶ୍ୱର ସର୍ବ ବୃହତ ସେବା ସଂସ୍ଥା ଜିଲ୍ଲା ରେ ତାହାର ଦକ୍ଷତା ଓ ଦାୟିତ୍ୱ କୁ ନିର୍ବାହ କରିବାକୁ ମତ ଦେଇଥିଲେ। କେଉଁ ସେବା ବିଭାଗ ରେ କିଏ କିଏ ସ୍ୱଛାସେବୀ କାମ କରିବେ ତାହାର ଏକ ଚୁଡାନ୍ତ ଯୋଜନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଉପଜିଲ୍ଲାପାଳ ଭବତରଣ ସାହୁ ରେଡକ୍ରସ ର ପ୍ରତ୍ୟେକ ସଦସ୍ୟ ସେବା କୁ ପ୍ରାଥମିକତା ଦେବା ସହ ଆଗାମୀ ରଥଯାତ୍ରା ରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ବିଗତ ରଥଯାତ୍ରା ମାନଙ୍କ ପରି ଚଳିତ ରଥଯାତ୍ରା ରେ ମଧ୍ୟ ଜିଲ୍ଲା ରେଡକ୍ରସ ପକ୍ଷରୁ ସ୍ୱଛାସେବୀ ମୁତୟନ ସହ ଅନ୍ୟାନ୍ୟ ସେବା କାର୍ଯ୍ୟ ଜାରି ରହିବ। ସ୍ୱଛାସେବୀ ମାନଙ୍କୁ ବ୍ୟାଜ୍,ୟୁନିଫର୍ମ ଓ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ସ୍ଥିର ହେଲା । ଏହି ବୈଠକରେ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ଜିଲ୍ଲା ରେଡକ୍ରସ ଶାଖାର ଯୁଗ୍ମ ସଂପାଦକ ଗୀତାଞଳି ପଣ୍ଡା, ସଦସ୍ୟ ମଧୁମିତା ମହାପାତ୍ର, ଜୟନ୍ତୀ ମହାନ୍ତି, ଶ୍ୟାମ ପ୍ରସାଦ ସେନାପତି, ରାଧାକାନ୍ତ ମହାପାତ୍ର, ପ୍ରତିମା ମିଶ୍ର, ରାଜ କିଶୋର ପାତ୍ର , ପୁରୀ ଜିଲ୍ଲା ସ୍କୁଲ ର ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମିଶ୍ର ୟୁଥ ରେଡକ୍ରସ ର ସଂଯୋଜକ ରବୀନ୍ଦ୍ର କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.