ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ଟିଟିଲାଗଡ଼,(ନାଗରାଜ ନ୍ୟୁଜ): ସ୍ଥାନୀୟ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ ସଂଘ ର ସଭାପତି ପଦ୍ମନ ପ୍ରଧାନୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ସଭା ରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସନ୍ଥକବି ଭୀମ ଭୋଇ ଙ୍କ ଜୟନ୍ତୀ ପାଳନ କରିବାକୁ ସ୍ଥିର କରାଯାଇଥିଲା l ସଇଁତଳା ଥାନା ଅଧିକାରୀ ଏବଂ ମୁରିବାହାଲ ଥାନା ଅଧିକାରୀ ଆଦିବାସୀ ମାନଙ୍କ ପ୍ରତି ପାତରଅନ୍ତର ନିତୀ କରୁଥିବାରୁ ଆରକ୍ଷୀ ଅଧିକ୍ଷକ ଉକ୍ତ ଭାରପ୍ରାପ୍ତ ଥାନାଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବୀ କରାଯାଇଥିଲା l ସଇଁତଳା ବ୍ଲକ ରେ ପନ୍ଦର ଶହ ଏକର ଗୋଚର ଜମି, ଜଳଚର ଜମି, ଜଙ୍ଗଲ ଜମିରେ ପ୍ରସ୍ତାବିତ ଆଦିତ୍ୟ ବିର୍ଲା ସୋଲାର ପ୍ଲାଣ୍ଟ ଯୋଗୁଁ ଆଦିବାସୀ ମାନଙ୍କ ଜୀବନଜୀବିକା ପ୍ରଭାବିତ ହେବ ତେଣୁ ଏଭଳିଆ ଜନସ୍ୱାର୍ଥ ବିରୋଧୀ ପ୍ରକଳ୍ପ ର ମଞ୍ଜୁରୀ ବାତିଲ କରିବାକୁ ଦାବୀ ହୋଇଥିଲା l

ନକଲି ଆଦିବାସୀ ମାମଲା ରେ ସରକାର ଙ୍କ ଚରମ ଅବହେଳା,ଆଦିବାସୀ ଜମି ବିବାଦ ତୁରନ୍ତ ଫଇସଲା କରିବା,ଆଦିବାସୀ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସମ୍ବିଧାନ ପ୍ରଦତ୍ତ ଆରକ୍ଷଣ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା କୁ ଓଡିଶା ସରକାର ତୁରନ୍ତ ବିଧିବଦ୍ଧ ପଦକ୍ଷେପ ନେବାକୁ ଦାବୀ କରାଯାଇଛି l ଭାରତୀୟ ସମ୍ବିଧାନ ରେ ଆଦିବାସୀ ସମ୍ପ୍ରଦାୟ ର ଲୋକ ଙ୍କ ପାଇଁ ଧାର୍ମିକ ସ୍ୱାଧୀନତା ଅଧିକାର ବ୍ୟବସ୍ଥା ରହିଛି,ଆଦିବାସୀ ସ୍ଵଭାବତଃ ପ୍ରକୃତି ପୂଜକ ତେଣୁ ଆଦିବାସୀ ଲୋକ ଯେକୌଣସି ଧର୍ମ ଗ୍ରହଣ କଲେ ମଧ୍ୟ ସେ ଆଦିବାସୀ ମାନ୍ୟତା ସହିତ ସମ୍ବିଧାନ ପ୍ରଦତ୍ତ ସମସ୍ତ ସଂରକ୍ଷଣ ସୁବିଧା ସୁଯୋଗ ପାଇପାରିବ କିଛି ରାଜନୈତିକ ଦଳ ର ପ୍ରରୋଚନାରେ ଆଦିବାସୀ ମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ଆଦିବାସୀ ବିରୋଧୀ କାର୍ଯ୍ୟ ବୋଲି ସଭାରେ ଆଦିବାସୀ ନେତା ମାନେ ମତପ୍ରକାଶ କରିଥିଲେ l ସଭାରେ,ପଦ୍ମନ ପ୍ରଧାନୀ, ହେମେନ୍ଦ୍ରନାଥ ହାଁସଦା,ସନ୍ତୋଷ ପୁଟା,ନିତ୍ୟାନନ୍ଦ ମାଝି,ସୁନୀଲ ମାଝି,ଘାସିରାମ ମାଝି,ଜଗନ୍ନାଥ ମାଝି,ପ୍ରଫୁଲ୍ଲ ପ୍ରଧାନୀ,ରାଜୀବ କୁଅଁର,ଦେବସିଂ ମାଝି,ଥବିର ପୂଝlରୀ,ପ୍ରମିଳା ଭୋଇ,ନିଁଳେନ୍ଦ୍ରି ଭୋଇ,ଉପମା ଭାଇ,ରୁନୁ ଭୋଇ,ପ୍ରମିଳା ବୁଡ଼େକ,ରେବତୀ ମହାଳିଙ୍ଗ,ସୁରେଶ ଧରୁଆ ମକାରୁ ବୁଡ଼େକ ପ୍ରମୁଖ ଉପସ୍ଥିତ ଥିଲେ l ରାଧେଶ୍ୟାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published.