ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଟିଟିଲାଗଡ, (ସରୋଜ ପୁଝାରୀ): ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ବ୍ଲକ ସଭାପତି ଶ୍ରୀ ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଆଜି ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଥିଲା । ସର୍ବ ପ୍ରଥମେ ଟିଟିଲାଗଡ଼ ଘଣ୍ଟାଶୁନି ଦେବୀମନ୍ଦିର ଠାରେ ପୂଜାର୍ଚନା କରି ଆଦିବାସୀ ମାନଙ୍କର ଡକାବାଦ୍ୟରେ ତାଳେତାଳେ ସହର ପରିକ୍ରମା କରିଥିଲେ । ଏବଂ ଆଦିବାସୀ ମାନଙ୍କ ସମସ୍ୟା ସମନ୍ଧିତ ସାତ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିଲା ଓ ଆଦିବାସୀ କାର୍ଯ୍ୟାଳୟ ଠାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଭାକାର୍ଯ୍ୟ ଆରମ୍ଭ କରି ବିଶ୍ୱ ଆଦିବାସୀ ପାଳନ ଅବସରରେ ସର୍ବ ପ୍ରାଚୀନ ସମୃଦ୍ଧିଶାଳୀ ପ୍ରଥା ଓ ପରମ୍ପରା, ବିଲୁପ୍ତପ୍ରାୟ ଭାଷା, ସଂସ୍କୃତି, ଜମି, ଜଳ, ଜଙ୍ଗଲ, ପରିବେଶ ସୁରକ୍ଷା କରି ବାୟୁମଣ୍ଡଳ ଓ ଜୈବି ବିବିଧତା ରକ୍ଷାକରିବା ମୂଳ ଉଦ୍ଧେଶ୍ୟ ବୋଲି ମୁଖ୍ୟବକ୍ତାମାନେ କହିଥିଲେ ।

ଆଦିବାସୀ ମାନଙ୍କର କଳା ସଂସ୍କୃତି ପରମ୍ପରା ବଜାୟ ରହୁ ବୋଲି ଉଦବୋଧନ ଦେଇଥିଲେ । ଉକ୍ତ ସଭାରେ ମୁଖ୍ୟଅତିଥି ଉତ୍କଳ କନ୍ଧସମାଜର କେନ୍ଦ୍ରୀୟ କମିଟିର ସଭାପତି ଚିନ୍ତାମଣି ଭୋଇ, ମାଝୀ ପ୍ରଗଣାର ସଭାପତି ବିରଞ୍ଚି ଭୋଇ, ସିଟି ସ୍କୁଲର ଅଧ୍ୟକ୍ଷ ଯୁବରାଜ ମାଝୀ, ସମ୍ମାନୀୟ ଅତିଥି ଲିଲି ମାଝୀ, ଗୋଲାପୀ ମାଝୀ, ବିନେକେଲା ସରପଞ୍ଚ ହରି ମାଝୀ ଓ ଦିଗଶିରା ସରପଞ୍ଚ ଗୋଲକ ବିହାରୀ ସିଂଭୋଇ ପ୍ରମୁଖ ଉଦବୋଧନ ଦେଇଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସମ୍ପାଦକ ହେମେନ୍ଦ୍ର ହାଁସଦା, ନିତ୍ୟାନନ୍ଦ ମାଝୀ, ଘାସିରାମ ମାଝୀ, ଥବିର ପୁଝାରୀ, ସୁନୀଲ ମାଝୀ, ପ୍ରଫୁଲ୍ଲ ପ୍ରଧାନୀ, ମନୋଜ ମାଝୀ, କୃଷ୍ଣ ମାଝୀ, ଦେବସିଂ ମାଝୀ, ଇନ୍ଦ୍ରମଣି ମାଝୀ, ସୁବାସ ମାଝୀ, କଣ୍ଠ ମାଝୀ ଓ ମାହେଶ୍ୱରୀ ମାଝୀ ପ୍ରମୁଖ ଆଦିବାସୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.