ସନ୍ଦେହ ଘେରରେ ନିଆଳି ଛେନା

କଟକ,(ନାଗରାଜ ନ୍ୟୁଜ): ସନ୍ଦେହ ଘେରରେ ନିଆଳି ଛେନା । ଆସିଲା ନିମ୍ନ ମାନ ଓ ଅପମିଶ୍ରିତ ଅଭିଯୋଗ । ଯାହାକୁ ନେଇ ଛେନା ର ମାନ ଯାଞ୍ଚ କରିଛି ସିଏମସି ସ୍ଵାସ୍ଥ୍ୟ ବିଭାଗ। ପ୍ରତିଦିନ ନିଆଳି ଓ କାକଟପୁର ଅଞ୍ଚଳରୁ 100 କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଛେନା କଟକ କୁ ଆସିଥାଏ । ଯାହା ସହର ର ଓ ଜିଲ୍ଲାର ବିଭିନ୍ନ ମିଠା ଦୋକାନ କୁ ଯାଇଥାଏ । ଏହାଛଡା ପଡୋଶୀ ଜିଲ୍ଲା କୁ ମଧ୍ୟ ଯାଇଥାଏ ଏହି ଛେନା । ତେବେ ଏହି ଛେନା ନିମ୍ନମାନର ର ଅଭିଯୋଗ ପରେ ଆଜି କଟକ ମହାନଗର ନିଗମ ର ସ୍ଵାସ୍ଥ୍ୟ ବିଭାଗ ଲିଙ୍କ ରୋଡ଼ ସ୍ଥିତ ଛେନା ବ୍ୟବସାୟ ସ୍ଥଳ ରେ ପହଁଚି ସମସ୍ତ ଛେନା ର ମାନ ଯାଞ୍ଚ କରିଛି । ତେବେ ଯେଉଁ ନମୁନା ସଂଗ୍ରହ କରଯାଇଛି ସେଗୁଡିକୁ ଲ୍ୟାବ କୁ ପଠାଯିବ ଓ ରିପୋର୍ଟ ଆସିବା ପରେ ମାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସିଏମସି । ଅନ୍ୟପଟେ ଏହି କୁଇଣ୍ଟାଲ କୁଇଣ୍ଟାଲ ଛେନା ରେ କୌଣସି ଅପମିଶ୍ରିତ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ । ଦୀର୍ଘ 30 ବର୍ଷ ର ବ୍ୟବସାୟ ମଧ୍ୟରେ କେବେବି ନିମ୍ନ ମାନର ଛେନା ବଜାର କୁ ବିକ୍ରି କରାଯାଇନାହିଁ । ଯଦି ଲ୍ୟାବ ରେ ଟେଷ୍ଟ କରାଯାଏ ତାହାକୁ ମଧ୍ୟ ସ୍ୱାଗତ କରୁଛୁ ବୋଲି କହିଛନ୍ତି ବ୍ୟବସାୟୀ ।

Leave a Reply

Your email address will not be published.