ଦୁର୍ଦ୍ଧିନରେରେ ନୀଳଗିରି ହସ୍ପିଟାଲ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ର ନୀଳଗିରି ହେଉଛି ଏକ ଆଧିବାସୀ ଅଧୁଷିତ ଅଞ୍ଚଳ, ଏହି ଅଞ୍ଚଳ ଟି ପାହାଡ଼ ଜଙ୍ଗଲ ନିକଟରେ ଅବସ୍ଥିତ ଥିବାରୁ, ଏହି ଅଞ୍ଚଳ ରେ ଲୋକମାନେ ଚିକିତ୍ସା ହେବା ପାଇଁ, ମୁଖ୍ୟତଃ ନୀଳଗିରି ଡାକ୍ତରଖାନା ଉପରେ ନିର୍ଭରଶିଳ ହୋଇଥାନ୍ତି . କିନ୍ତୁ ସରକାର ଙ୍କ ତରଫରୁ ଡାକ୍ତର ଖାନା କୁ ଉନ୍ନତି କରଣ କରିବା ପାଇଁ ସମସ୍ତ ପ୍ରକାର ଅନୁଦାନ ଆସିଥିଲେ ବି ଲୋକମାନଂକୁ ନାଁ ମିଳୁଛି ବେଡ଼ ନାଁ ମିଳୁଛି ବେଡ଼ସିଟି, ଏବେ ବି ଶହ ଶହ ରୋଗୀ ବାରଣ୍ଡା ରେ ଚିକିତ୍ସା ହେବା ପାଇଁ ହନ୍ତସନ୍ତ, ପୁଣି ଚିକିତ୍ସା ପାଇଁ ଡାକ୍ତର ଙ୍କର ଅଭାବ ତ ନର୍ସ ଙ୍କର ଅଭାବ . ପୁଣି ନୀଳଗିରି ଡାକ୍ତର ଖାନାରେ ଉନ୍ନତି ଚିକତ୍ସା ପାଇଁ ଯାନ୍ତ୍ରିକ ମେସିନ ଥିଲେ ମଧ୍ୟ ମିଳୁନି ସୁବିଧା ସୁଯୋଗ . ଖାତା କଲମ ରେ ନୀଳଗିରି ଡାକ୍ତରଖାନା ର ଉନ୍ନତି କରଣ କରାଯାଇଛି . ଘୋର ନିଦ୍ରାରେ ସ୍ଥାନୀୟ ପ୍ରଶାସନ, ଓ ନୀଳଗିରି ରାଜନେତା, ନିଜ ଭାଷଣମୁଖି ପାଇଁ ରାଜ୍ୟବ୍ୟାପି ବେଶ ଚର୍ଚ୍ଚା ହେଉଥିବା ବେଳେ ନୀଳଗିରି ବାଶିନ୍ଦା ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି . ଡାକ୍ତରଖାନା ରେ ଦେଖିବାକୁ ବାକି ରହିଲା କେବେ ବଦଳି ବ ନୀଳଗିରି ଡାକ୍ତର ଖାନରଭାଗ୍ୟ ରୂପ, ତେଣୁ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ ନୀଳଗିରି ଡାକ୍ତରଖାନା କୁ ଉପଯୁକ୍ତ ତଦାରଖ କରି କିପରି ସାଧାରଣ ଜନତା ଚିକିତ୍ସା ପାଇଁ ଯେପରି ହନ୍ତସନ୍ତ ନ ହେବେ ସେ ପ୍ରତି ଧ୍ୟାନ ଦେବାକୁ ସାଧାରଣ କୁହାଯାଇଛି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.