ହାତୀ କଙ୍କାଳ ମିଳିବା ଘଟଣାରେ ୬ ଗିରଫ

କଟକ, (ନାଗରାଜ ନ୍ୟୁଜ): ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସ ଟି ଏଫ୍ । ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସେମାନଙ୍କ ମଧ୍ୟରେ ପୂର୍ବରୁ ନିଲମ୍ବିତ ହୋଇଥିବା ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀ ଥିବା ବେଳେ ୩ ଜଣ ୱାଚର୍ ଓ ଜଣେ ଜଣ ଜମିମାଲିକ ଥିବା ବେଳେ ତାଙ୍କ ଜଣେ ସହଯୋଗୀଙ୍କ ସମେତ ମୋଟ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଏହି ଘଟଣାରେ ପୂର୍ବରୁ ନିଲମ୍ୱିତ ହୋଇଥିବା ଫରେଷ୍ଟର ମନୋଜ ଦାସ ଏବଂ ପ୍ରଦୀପ ପରିଡ଼ା ଫେରାର ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ । ଗିରଫ ପରୱାନା ମାମଲା ଜାରି କରିଥିବା ସୂଚନା। ଏନେଇ ସୂଚନା ଦେଲେ ଆଠଗଡ଼ ଏସ୍ ସି ଏଫ୍ ହରେକୃଷ୍ଣ ମଲ୍ଲିକ ।

Leave a Reply

Your email address will not be published.