ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ଗୋପ ବ୍ଲକ ତାଳକପା ଗ୍ରାମରେ ଦୀର୍ଘବର୍ଷ ହେବ ଗ୍ରାମବାସୀଙ୍କ ଦ୍ଵାରା ବାସନ୍ଦ ହୋଇ ରହିଛନ୍ତି ୬ଟି ବାରିକ ପରିବାର । ତାଙ୍କ ଉପରେ ବିଭିନ୍ନ ସମୟ ମାନସିକ ନିର୍ଯ୍ୟାତନା ସହ ପରିବାର କୁ ଧମକ ଚମକ ଦେଉଛନ୍ତି ଗ୍ରାମବାସୀ । ସ୍ଥାନୀୟପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ ଓ ନ୍ୟାୟ ନ ମିଳିବା ପରେ ଏହି ୬ ଟି ପରିବାର ଆଜି ପୁରୀ ଏସପି ଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି।ବନ୍ତଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଳକପା ଗାଁରେ ୧୦ ଘର ବାରିକ ପରିବାର ରହିଆସୁଛନ୍ତି। ଅଭିଯୋଗ ଅନୁଯାୟୀ ଗ୍ରାମବାସୀ ଙ୍କ ଭ କ୍ଷୋର କାର୍ଯ୍ୟ ସେବା ଏହି ବାରିକ ପରିବାର ବନ୍ଦ କରିବା ପରେ ବିବାଦ ଆରଂଭ ହୋଇଛି। ଗ୍ରାମବାସି ଙ୍କର ଗୋଡ ଧୋଇବା ଓ ଶଙ୍ଖୁଡ଼ି ପତ୍ର ଉଠାଇବା ପାଇଁ ବାଧ୍ୟ କରାଯାଉଛି।ଏହି କାର୍ଯ୍ୟ କରିବାକୁ ବାରିକ ପରିବାର ରାଜି ନହେବାରୁ ସେମାନଙ୍କୁ ସାମାଜିକ ବାସନ୍ଦ ଓ ଏକଘରିକିଆ କରାଯାଇଥିବା ଅଭିଯୋଗ ହୋଇଛି।ଦୀର୍ଘ ୩୦ ବର୍ଷ ହେବ ବାସନ୍ଦ ହୋଇଥିଲେ ହେଁ ପୋଲିସ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସେହିପରି ଗ୍ରାମବାସି ମାନେ ଜନିଶୁଣି ତାଙ୍କ ଘର ପାଖରେ ଶବ ଦାହ କରି ଗ୍ରାମ୍ୟ ଜଂଗଲ କୁ ସ୍ମଶାନ ରେ ପରିଣତ କରିବା ପାଇଁ ଉଦ୍ୟମ ଆରଂଭ କରିଛନ୍ତି । ଗାଁ ର ଏକ ସ୍ଥାୟୀ ସ୍ମଶାନ ଥିବା ବେଳେ ଜନିଶୁଣି ଗାଁ ର କିଛି ପ୍ରଭାବଶାଳୀ ଵ୍ୟକ୍ତି ତାଙ୍କ ଘର ନିକଟରେ ସ୍ମଶାନ କରି ହଇରାଣ ହରକତ କରୁଛନ୍ତି। ଅନ୍ୟ ପଟେ ଏହା ଦୀର୍ଘଦିନର ସମସ୍ୟା ହୋଇଥିବାରୁ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି।