ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲାର ଖଇରା ବ୍ଲକ ତୁଡିଗଢିଆ ଅନ୍ତର୍ଗତ ଡାଲଙ୍ଗ ଗ୍ରାମରେ ଇଂରାଜୀ ନୂଆ ବର୍ଷକୁ ଧୁମ୍ ଧାମରେ ପାଳନ କରାଯାଇଛି । ସମସ୍ତ ଶାନ୍ତି ଶୃଙ୍ଖଳା ଓ କୋଭିଡି କଟକଣାକୁ ଦୃଷ୍ଟିରେ ରଖି ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ହରିନାମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଅଷ୍ଟପ୍ରହରୀ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ୨୦୦୦ରୁ ୩୦୦୦ ଭକ୍ତ ଏକତ୍ର ହୋଇଥିଲେ । ୨୩ ବର୍ଷ ହେବ ଡାଲଙ୍ଗ ଗ୍ରାମରେ ଅଷ୍ଟ ପ୍ରହରୀ ହୋଇଆସୁଛି । ବାବା ମାଧବାନନ୍ଦ ଜୀଉଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥାଏ ଅଷ୍ଟ ପ୍ରହରୀ । ସଂପାଦକ ରମାକାନ୍ତ ପାଢ଼ୀ ଓ ଡାଲଙ୍ଗ ଗ୍ରାମବାସୀ ସମସ୍ତେ ମିଳିମିଶି ଏଥିରେ ସହଯୋଗ କରିଥିଲେ ।