ସର୍ପାଘାତରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଶୋଇବା ଅବସ୍ଥାରେ ସର୍ପାଘାତରେ ବାଳକର ମୃତ୍ୟୁ । ଘଟଣା ଘଟିଛି ଖଇରା ଅଞ୍ଚଳରେ । ଖବର ସଂଗ୍ରହରୁ ଜଣାପଡିଛି ଯେ ବାଲେଶ୍ଵର ଜିଲ୍ଲା ଖଇରା ଥାନା କଇଥଗଡିଆ ପଞ୍ଚାୟତ ଦାମୋଦରପର ଗ୍ରାମର କରୁଣାକର ପ୍ରଧାନଙ୍କ ପୁଅ ତାପସ କୁମାର ପ୍ରଧାନ(୧୩) ଦାମୋଦରପୁର ସ୍କୁଲର ୮ମ ଶ୍ରେଣୀ ଛାତ୍ର ଥିଲା । ସେ ଗତ ତା ୨୮/୬/୨୨ ରିଖ ରାତିରେ ଖାଇପିଇ ଶୋଇଥିଲା । ବିଳମ୍ବ ରାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହଠାତ୍ ଚିତ୍କାର କରି ଉଠିଥିଲା ତାପସ । ଚିତ୍କାର ଶୁଣି ପରିବାର ଲୋକେ ଉଠି ତାପସ ଗୋଡରେ ରକ୍ତସ୍ରାବ ହେଉଥିବାର ଦେଖିବାକୁ ପାଇଥିଲେ । ଉକ୍ତ ରକ୍ତସ୍ରାବ ଦେଖି ପ୍ରଥମେ ସାପ କୁମୁଡି ଥିବାର ସନ୍ଦେହ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ଅଧିକ ଚିକିତ୍ସା ପାଇଁ ଭଦ୍ରକ ନେଉଥିବା ସମୟରେ ବାଟରେ ମୃତ୍ୟୁ ହୋଇଥିଲା । ପ୍ରକାଶ ଥାଉକି ପିତା କରୁଣାକର ପ୍ରଧାନଙ୍କର ୨ ପୁଅ ମଧ୍ୟରୁ ବଡ଼ ପୁଅ ଥିଲା ତାପସ । ପୁତ୍ରକୁ ହରାଇ ପିତା କରୁଣାକର ପ୍ରଧାନ ଓ ମାତା ମିତାଞ୍ଜଳୀ ପ୍ରଧାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରାଥମିକ ତଦନ୍ତରୁ ସର୍ପାଘାତ ଜନିତ ମୃତ୍ୟୁ ଜଣାପଡିଛି । ଶବଦାହ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.